Wed. Aug 12th, 2026

କୋଏଲ ନଦୀକୁ ଖସି ପଡ଼ିଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର

220 Views

ରାଉରକେଲା  : ରାଉରକେଲା ଝିରିପାଣି ବ୍ରିଜ୍‌ରୁ କୋଏଲ ନଦୀକୁ ଖସି ପଡ଼ିଥିବା ଛାତ୍ରଙ୍କ ମୃତଦେହ ଆଜି ସକାଳେ ପ୍ରଧାନପାଲି ନିକଟସ୍ଥ କୋଏଲ୍ ନଦୀରୁ ଉଦ୍ଧାର କରାଯାଇଛି। ମୃତ ଛାତ୍ରଙ୍କ ନାଁ  ନିଲେଶ ଦାଶ। ସେ ଏମ୍‌ଚିଏମ୍ ସ୍କୁଲର ନବମ ଶ୍ରେଣୀ ଛାତ୍ର ଥିଲେ।ସ୍ଥାନୀୟ ଲୋକେ ନିଲେଶଙ୍କ ମୃତଦେହ ଉଦ୍ଧାର କରିବା ପରେ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ନିଲେଶ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ନା ଖସି ପଡିଥିଲେ ତାହା ସ୍ପଷ୍ଟ ହୋଇ ନାହିଁ। ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ନିଲେଶ କୋଏଲ ନଦୀରେ ପଡି ଯାଇଥିବା ଖବର ପାଇ ପୁଲିସ୍ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ କୋଏଲ ନଦୀରେ ପ୍ରଖର ସ୍ରୋତ ଥିବାରୁ ଅଗ୍ନିଶମ ବିଭାଗ ଖୋଜିବାରେ ବାଧା ଉପୁଜିଥିଲା। ବ୍ରିଜ ଉପରେ ନିଲେଶଙ୍କ ସାଇକେଲ୍‌ ଏବଂ ବ୍ୟାଗ୍‌  ପଡ଼ିଥିବା ଦେଖିବାକୁ ମିଳିଥିଲା ।

By amfnews

Related Post