Thu. Jun 11th, 2026

କୋଭିଡ୍-୧୯ ସଂକ୍ରମଣ ଲାଗି ଚୀନ୍‌କୁ ଦାୟୀ କରି ଇଣ୍ଟର୍‌ନ୍ୟାସ୍‌ନାଲ୍‌ କ୍ରିମିନାଲ୍‌ କୋର୍ଟରେ ପିଟିସନ୍ ଦାଏର କଲେ ମୁମ୍ବାଇ ଓକିଲ

255 Views

ମ୍ବାଇ: କରୋନାଭାଇରସ୍‌ ସଂକ୍ରମଣ ଦମନ କରି ନ ପାରି ସମଗ୍ର ବିଶ୍ବକୁ ସଂକ୍ରମିତ କରିଛି ବୋଲି ଦାୟୀ କରି ମୁମ୍ବାଇର ଆଶିଷ ସୋହାନି ନାମକ ଜଣେ ଓକିଲ ଚୀନ୍ ବିରୋଧରେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ କ୍ରିମିନାଲ୍ କୋର୍ଟ’ରେ ପିଟିସନ୍ ଦାଏର କରିଛନ୍ତି।

ଭାରତ ସରକାରଙ୍କ ପକ୍ଷରୁ ସୋହାନି ଏହି ୩୩ ପୃଷ୍ଠା ସମ୍ବଳିତ ଆବେଦନରେ ଚୀନ୍ ଠାରୁ ୧୯୦ ଲକ୍ଷ କୋଟି ଟଙ୍କା ଦାବି କରିଛନ୍ତି। ପିଟିସନ୍‌ରେ ସେ ଉଲ୍ଲେଖ କରିଛନ୍ତି ଯେ କରୋନାଭାଇରସ୍ ଏବଂ ସଂକ୍ରମଣ ସମ୍ବନ୍ଧୀୟ ସୂଚନା ଚୀନ୍ ଅପରାଧିକ ଭାବେ ଜାଣିଶୁଣି ଚପାଇ ରଖିବା କାରଣରୁ ସମଗ୍ର ବିଶ୍ବ ଦୁର୍ଦ୍ଦଶା ଭୋଗୁଛି।

ମାନବଜାତି ବିରୋଧରେ ଏଭଳି ଦ୍ରୋହ, ଅନ୍ୟାନ୍ୟ ଦେଶରେ ଜନତାଙ୍କ ମୃତ୍ୟୁ ଏବଂ ଆର୍ଥିକ କ୍ଷତି ନିମନ୍ତେ ଚୀନ୍ ସାଧାରଣତନ୍ତ୍ରର ଜନତା ଦଣ୍ଡ ପାଇବା ଉଚିତ।

ଚୀନ୍‌କୁ ବିରୋଧରେ ଆହୁରି ଦୋଷାରୋପ କରି ସେ ଅଭିଯୋଗ କରିଛନ୍ତି ଯେ ଚୀନ୍ ‘ଆଇସିସି’ର ‘ଇଣ୍ଟର୍‌ନ୍ୟାସ୍‌ନାଲ୍ ହେଲ୍‌ଥ୍‌ ରେଗୁଲେସନ୍’ ଏବଂ ‘ରୋମ୍ ଷ୍ଟାଟସ୍’ ଉଲ୍ଲଂଘନ କରିଛି। ଆଳଶ୍ୟବଶ ହୋଇ ଚୀନ୍‌ ଖୁବ୍ ବିଳମ୍ବରେ ଏହି ସଂକ୍ରମଣ ବିଷୟରେ ସଜାଗ ହେଲା କିନ୍ତୁ, ସେତେବେଳକୁ ରୋଗ ଅନେକ ଦେଶକୁ ବ୍ୟାପୀ ସାରିଥିଲା। ଏବେ ବିଶ୍ବର ୧୮୦ରୁ ଅଧିକ ଦେଶର ୧. ୫ ଲୋକଙ୍କ ଦେହକୁ ଏହି ରୋଗ ବ୍ୟାପୀ ସାରିଛି ଏବଂ ସେଥିରୁ ୯୦ ହଜାର ଲୋକଙ୍କର ମୃତ୍ୟୁ ଘଟି ସାରିଲାଣି। ଏଥିପାଇଁ ଚୀନ୍‌ର ରାଜନୈତିକ ଅସ୍ବଚ୍ଛତା ଏବଂ ତତ୍ପରତାର ଅଭାବ ହିଁ ଦାୟୀ।

By amfnews

Related Post