Sun. Aug 16th, 2026

କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା : କୁଚିପୁଡ଼ି ଓ ଓଡ଼ିଶୀରେ ଦୁଲୁକିଲା ମଞ୍ଚ

?
266 Views

କୋଣାର୍କ : ଆଜି ଥିଲା କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା। ସନ୍ଧ୍ୟାରେ ସାଂସ୍କୃତିକ ସମାରୋହକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ନ୍ୟାୟାଧୀଶ ନ୍ୟାୟମୂର୍ତ୍ତି କଳ୍ପେଶ ସତ୍ୟେନ୍ଦ୍ର ଝାବେ‌ରୀ, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ, ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ ଦେବ ପ୍ରମୁଖ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକରୀଙ୍କ ଗହଣରେ ମଞ୍ଚାସୀନ ହୋଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ନୂଆଦିଲ୍ଲୀର ରାଜା ଓ ରାଧା ରେଡ୍ଡୀ ଓ ସାଥିଙ୍କ ଦ୍ବାରା କୁଚିପୁଡ଼ି ନୃତ୍ୟ ଆରମ୍ଭ ହୋଇଥିଲା। କୁଚିପୁଡ଼ି ନୃତ୍ୟ ଆଧାରରେ ଭାରତବର୍ଷର ମହାନତାକୁ ମଂଚରେ ପରିବେଷଣ କରି ନୃତ୍ୟ ଗୁରୁ ଦମ୍ପତି ରାଜା ଓ ରାଧା ରେଡ୍ଡୀ ଚତୁର୍ଥ ସନ୍ଧ୍ୟାକୁ ବେଶ ରମଣୀୟ କରି ଗଢ଼ି ତୋଳିଥିଲେ। ଚତୁର୍ଥ ସନ୍ଧ୍ୟାର ଦ୍ବିତୀୟ ପର୍ଯ୍ୟାୟରେ ଭୁବନେଶ୍ବରର ଗୁରୁ ଗଜେନ୍ଦ୍ର ପଣ୍ଡା ଓ ସାଥି ମଞ୍ଚରେ ଭେଟି ଦେଇଥିଲେ ଓଡ଼ିଶୀ ନୃତ୍ୟାଭିନୟ। ଓଡ଼ିଶୀ ନୃତ୍ୟ ଆଧାରରେ ନୃତ୍ୟଶିଳ୍ପୀମାନେ ପୁରାଣବର୍ଣ୍ଣିତ ପ୍ରହଲ୍ଲାଦର ଜୀବନୀକୁ ନେଇ ନୃତ୍ୟ ନାଟିକା ପରିବେଷଣ କରିଥିଲେ। ଦର୍ଶକ ଗ୍ୟାଲେରୀରେ ଉପନୀତ ରେକର୍ଡ ସଂଖ୍ୟକ ବିଦେଶୀ ପର୍ଯ୍ୟଟକଙ୍କ ସମେତ ଦର୍ଶକମାନେ ଅପଲକ ନୟନରେ ଏହାକୁ ଉପଭୋଗ କରିଥିଲେ।

By amfnews

Related Post