Sun. Jul 26th, 2026

କେସିଆର୍‌ ୪୮ ହଜାର କର୍ମଚାରୀଙ୍କୁ ବରଖାସ୍ତ ଘୋଷଣା କରିବା ପରେ ତେଲେଙ୍ଗାନା ଆର୍‌ଟିସି ସଂଘ ଡାକିଛି ରାଲି

203 Views

ହାଇଦ୍ରାବାଦ: ଧର୍ମଘଟ ଦମନ ପାଇଁ କେ ଚନ୍ଦ୍ରଶେଖର ରାଓ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ଏକଚ୍ଛତ୍ରବାଦୀ ମନୋଭାବ ବିରୋଧରେ ପ୍ରତିବାଦ ଜଣାଇବାକୁ ସୋମବାର ଦିନ ହାଇଦ୍ରାବାଦର ଇନ୍ଦିରା ପାର୍କ ଠାରେ ତେଲେଙ୍ଗାନା ସଡ଼କ ପରିବହନ ନିଗମ କର୍ମଚାରୀଙ୍କର ଜଏଣ୍ଟ୍‌ ଆକ୍ସନ୍‌ କମିଟି ଏକ ବିଶାଳ ରାଲି ନିମନ୍ତେ ଆହ୍ଵାନ ଦେଇଛି।

ହାଇଦ୍ରାବାଦ ପୁଲିସ କିନ୍ତୁ, ଏ ରାଲିକୁ ବେଆଇନ ବୋଲି ଘୋଷଣା କରି ଅନୁମତି ମିଳିବ ନାହିଁ ବୋଲି କହିଛି। ଦୀର୍ଘ ଦିନର ପୁରୁଣା ସମସ୍ୟା ସବୁର ସମାଧାନ ଦାବି କରି ‘ଟିଏସ୍‌ଆର୍‌ଟିସି’ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରିବା କାରଣରୁ ରବିବାର ଦିନ କେସିଆର୍‌ ସରକାର ୪୮୦୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କର ବରଖାସ୍ତ ଘୋଷଣା କରିଥିଲେ।

ଜେଏସି ସଭାପତି ଇ ଅଶ୍ୱସ୍ତମା ରେଡ୍ଡୀ କହିଛନ୍ତି ଯେ ଆର୍‌ଟିସି କେସିଆର୍‌ଙ୍କର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ ଯେ ସେ ନିଜ ଇଚ୍ଛାନୁସାରେ ନିଷ୍ପତ୍ତି ନେଇଯିବେ। ସେ ଆହୁରି କହିଛନ୍ତି: ଆମ ଧର୍ମଘଟକୁ ଆଳ କରି ଆର୍‌ଟିସିକୁ ମୁଖ୍ୟମନ୍ତ୍ରୀ ଘରୋଇକରଣ କରିବାକୁ ଯୋଜନା କରୁଛନ୍ତି। ଧର୍ମଘଟକାରୀ କର୍ମଚାରୀଙ୍କ ବିରୋଧରେ ସେ ଭିତ୍ତିହୀନ ଅଭିଯୋଗ କରୁଛନ୍ତି। ଆମେ କୌଣସି ଚାପର ବଶବର୍ତ୍ତୀ ହେବୁନାହିଁ।

By amfnews

Related Post