Sat. Sep 5th, 2026

କେରଳରେ କରୋନାଭାଇରସ୍‌ ଆକ୍ରାନ୍ତ ଦ୍ୱିତୀୟ ରୋଗୀ ଚିହ୍ନଟ

265 Views

କୋଚି : ଆଉ ଜଣେ କରୋନାଭାଇରସ୍‌ ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯାଇଥିବା କଥା କେରଳ କହିଛି। ସେ ଲୋକଜଣକ ଚୀନ୍‌ ଯାତ୍ରା କରିଥିଲେ। ତାଙ୍କୁ ଏବେ ଆଇସୋଲେସନ୍‌ ଓ୍ଵାର୍ଡରେ ରଖାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ଚିକିତ୍ସକମାନେ ତାଙ୍କୁ ଅନୁଧ୍ୟାନ କରୁଛନ୍ତି। ଅଳ୍ପ କିଛି ଦିନ ତଳେ କେରଳରେ ଭାରତର ପ୍ରଥମ କରୋନାଭାଇରସ୍‌ ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯାଇଥିଲା।

ପ୍ରଥମ କରୋନାଭାଇରସ୍‌ ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯିବା ପରେ କେରଳରେ ସମୁଦାୟ ୧୭୯୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ନିକଟରେ ଏହି ଲୋକମାନେ ଚୀନ୍‌ରୁ ଫେରିଥିଲେ। କରୋନାଭାଇରସ୍‌ ଆକ୍ରାନ୍ତ ପ୍ରଥମ ଭାରତୀୟ ବ୍ୟକ୍ତି ସେ ମହିଳାଜଣକ ଚୀନ୍‌ରୁ କେରଳ ଫେରିଥିଲେ। ତ୍ରିସୁର ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ର ଆଇସୋଲେସନ୍‌ ଓ୍ଵାର୍ଡରେ ଥିବା ମହିଳା ରୋଗୀଜଣକ ସୁସ୍ଥ ହେଉଥିବା କଥା ଶନିବାର ଦିନ କେରଳ ସରକାର କହିଛନ୍ତି।

କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇ ଫିଲିପ୍ପିନ୍‌ସ୍‌ରେ ଚୀନ୍‌ର ଜଣେ ନାଗରିକ ମୃତ୍ୟୁବରଣ କରିଛନ୍ତି। ଏହା ହେଉଛି ଚୀନ୍‌ ବାହାରେ କରୋନାଭାଇରସ୍‌ ସଂକ୍ରମଣଜନିତ ପ୍ରଥମ ମୃତ୍ୟୁ ଘଟଣା। ଉହାନ୍‌ ବାସିନ୍ଦା ସେ ୪୪ ବର୍ଷିୟ ବ୍ୟକ୍ତି ଫିଲିପ୍ପିନ୍‌କୁ ଆସିଥିଲେ।

ରବିବାର ସକାଳ ରିପୋର୍ଟ ଅନୁସାରେ, ଚୀନ୍‌ରେ କରୋନାଭାଇରସ୍‌ରେ ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ୩୦୪ ପହଞ୍ଚିଛି। ଏହାଛଡ଼ା ଆହୁରି ୧୪୩୦୦ ଜଣ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଛନ୍ତି।

By amfnews

Related Post