Thu. May 21st, 2026

କୁମାରୀତ୍ୱ ସମ୍ପର୍କରେ ଫେସ୍‌ବୁକ୍‌ରେ ଯାଦବପୁର ବିଶ୍ୱବିଦ୍ୟାଳୟ ପ୍ରଫେସର୍‌ଙ୍କ ବିବାଦୀୟ ମନ୍ତବ୍ୟ

217 Views

କୋଲ୍‌କାତା, ଜାନୁଆରୀ ୧୪ : ସମ୍ମାନଜନକ ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ କନକ ସର୍କାର ନାରୀମାନଙ୍କ କୁମାରୀତ୍ୱକୁ ମୁଦଦିଆ ବୋତଲ ସହ ତୁଳନା କରି ସମାଲୋଚନାର ସରବ୍ୟ ହୋଇଛନ୍ତି। ଗତ ଦୁଇ ଦଶନ୍ଧି ହେବ ଜେୟୁରେ ଆନ୍ତର୍ଜାତିକ ସମ୍ପର୍କ ବିଷୟରେ ଅଧ୍ୟାପନା କରୁଥିବା ସର୍କାର୍‌ ଏହି ଫେସ୍‌ବୁକ୍‌ ପୋଷ୍ଟ୍‍କୁ ତାଙ୍କ ବ୍ୟକ୍ତିଗତ ମତ କହି ପରେ ଡିଲିଟ୍‌ କରି ଦେଇଛନ୍ତି।

ସେ ଲେଖିଥିଲେ: ସିଲ୍‌ ଭାଙ୍ଗି ଯାଇଥିବା ବୋତଲେ ମୃଦୁପାନୀୟ କିଂବା ବିସ୍କୁଟ୍‌ ପ୍ୟାକେଟ୍‌ ଆପଣ କିଣନ୍ତି କି? ଯୁବକମାନେ ଏମିତି ବୁଦ୍ଦୁ ଯେ ସେମାନେ କୁମାରୀ ଝିଅଙ୍କୁ ପତ୍ନୀ ରୂପେ ପାଇବାର ଲାଭ ବୁଝି ପାରୁ ନାହାନ୍ତି। ଝିଅମାନେ ମୁଦ ଦିଆଯାଇ ଜନ୍ମି ଥାଆନ୍ତି ଏବଂ କୁମାରୀତ୍ୱ ଥିବା ପତ୍ନୀ ଦେବକନ୍ୟା ସଦୃଶ।

କନକ ସର୍କାର ଉକ୍ତ ପୋଷ୍ଟ୍‍କୁ ଡିଲିଟ୍‌ କରି ଦେଇଥିଲେ ବି ତା’ର ପ୍ରମାଣ ଏ ଯାବତ୍‌ ଫେସ୍‌ବୁକ୍‌ରେ ସମସ୍ତଙ୍କ ଦର୍ଶନାର୍ଥେ ରହିଛି।

ନଭେମ୍ବର ୯ ତାରିଖର ଏକ ଫେସ୍‌ବୁକ୍‌ ପୋଷ୍ଟ୍‍ରେ ସର୍କାର ଲେଖିଥିଲେ ଆଜିକାଲିକା ପୁଅଝିଅମାନେ ଭାବନ୍ତି ସତୀତ୍ୱ ଓ କୁମାରୀତ୍ୱ ସେମାନଙ୍କ ନୈତିକତାର ଅଂଶବିଶେଷ ନୁହେଁ। ସେହି କାରଣରୁ ହିଁ ଧୂର୍ତ୍ତ ପୁଅଙ୍କ ଦ୍ୱାରା ଝିଅମାନେ ଶୋଷଣର ସରବ୍ୟ ହେଉଛନ୍ତି।କୁମାରୀତ୍ୱ ସାଧୁତା ଏବଂ ନୈତିକତା ପରି ମହନୀୟ ବୋଲି ସର୍କାର ଗୁରୁତ୍ୱାରୋପ କରିଥିଲେ।

By amfnews

Related Post