Sun. May 17th, 2026

କୁଚିଣ୍ଡା ବିଜ୍ଞପିତ ପରିଷଦର ସହକାରୀ ଯନ୍ତ୍ରୀଙ୍କ ଘର ସମେତ ଏକକାଳୀନ ତିନିଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

203 Views

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ବିଜ୍ଞପିତ ପରିଷଦରେ କାର୍ଯ୍ୟ କରୁଥିବା ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ସକାଳ ପ୍ରାୟ ୬ଟା ସମୟରେ ସମ୍ବଲପୁରର ଭିଜିଲାନସ୍ ଟିମ୍ କୁଚିଣ୍ଡା ବିଜ୍ଞପିତ ପରିଷଦର ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବାଲାଗି ପହଞ୍ଚିଥିଲେ। ଏବେ ବି ସେଠାରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।

ଏହାଛଡ଼ା ତାଙ୍କର କୁଚିଣ୍ଡାସ୍ଥିତ କାର୍ଯ୍ୟାଳୟରେ ବି ଚଢ଼ାଉ ଚାଲିଛି। ଖାଲି ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ନିଜ ଘର ଓ କାର୍ଯ୍ୟାଳୟରେ ନୁହେଁ, ବରଂ ବରଗଡ଼ ଜିଲ୍ଲାର ଭୁକ୍ତାଠାରେ ଥିବା ତାଙ୍କର ଶଶୁର ଘରେ ବି ଏକା ସମୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ୫୪ ବର୍ଷ ବୟସ୍କ ଉପେନ୍ଦ୍ର ନାୟକ ତାଙ୍କର ଚାକିରି ଜୀବନ କୁଚିଣ୍ଡା ବିଜ୍ଞପିତ ପରିଷଦରେ ହିଁ ଆରମ୍ଭ କରିଥିଲେ। ସେ କେବେ ବି ଅନ୍ୟତ୍ର ବଦଳି ହୋଇ ଯାଇ ନାହାନ୍ତି। କୁଚିଣ୍ଡା ବିଜ୍ଞପିତ ପରିଷଦର ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କର କେତେ ଟଙ୍କାର ସଂପତ୍ତି ରହିଛି, ତାହା ଆଜି ଜଣାପଡ଼ିବ ବୋଲି କୁହାଯାଉଛି।

By amfnews

Related Post