Sun. Aug 30th, 2026

କୁକୁଡ଼ା ପାଇଁ ବଳିପଡ଼ିଲେ ନାବାଳିକା

207 Views

ରାଉରକେଲା  : କୁକୁଡା ପାଇଁ ବଳିପଡ଼ିଲା ନାବାଳିକା। ହତ୍ୟାକାଣ୍ଡର ଶିକାର ହେଲେ ନାବାଳିକା। ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା ଅନ୍ତର୍ଗତ ଗୋପୁର କୁମ୍ଭରପଡ଼ା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ନାଁ ରୋଶନି ଡୁଙ୍ଗଡୁଙ୍ଗ। ଅଭିଯୁକ୍ତ ନାଁ ସମୀର ଡୁଙ୍ଗଡୁଙ୍ଗ।

ସୂଚନାଅନୁସାରେ, ରୋଶନିଙ୍କ ଘରେ ଥିବା ସାତୋଟି କୁକୁଡ଼ା ହଠାତ୍ ମରିଯାଇଥିଲେ। ତେବେ ତାଙ୍କ ପଡୋଶୀ ସମୀରଙ୍କ ପରିବାର ଲୋକେ ଏହି କୁକୁଡାକୁ ବିଷ ଦେଇଥିବା ରୋଶନିଙ୍କ ପରିବାର ଲୋକେ ସନ୍ଦେହ କରି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ।  ଏଥିରେ ସମୀରଙ୍କ ମୁଣ୍ଡ ଫାଟି ଯାଇଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ସମୀର ଗତକାଲି ସନ୍ଧ୍ୟାରେ ଏକ କାଠ ଫାଳିଆରେ  ରୋଶନିଙ୍କ ପରିବାର ଉପରେ ଆକ୍ରମଣ କରିଥିଲ। ଏହି ଆକ୍ରମଣରେ ରୋଶନିର ମୁଣ୍ଡରେ ଆଘାତ ଲାଗିଥିଲା।

ଗୁରୁତର ଅବସ୍ଥାରେ ରୋଶନିଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ପୁଲିସ୍ ଅଭିଯୁକ୍ତ ସମୀରକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

By amfnews

Related Post