Mon. Aug 24th, 2026

କୁକୁଡ଼ାକୁ ମାରିଲା, ହେଲେ ଖାଇ ନ ପାରି ଫସିଗଲା ଅଜଗର

293 Views

ମାଲକାନଗିରି : କୁକୁଡ଼ା ଖାଇବାକୁ ଆସି ଫସିଗଲା ଅଜଗର। ଶେଷରେ ସ୍ନେକ ହେଲ୍ପ ଲାଇନ୍‌ର ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଲେ। ଏପରି ଗତକାଲି ଦେଖିବାକୁ ମିଳିଥିଲା ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ  ଶିବ ତ୍ରିପାଠୀଙ୍କ ବାରିପଟେ।

ମିଳିଥିବା ସୂଚନା ଅନୁଯାୟୀ, ଖାଦ୍ୟ ଅନ୍ୱେଷଣରେ ନିକଟସ୍ଥ ଜଙ୍ଗଲରୁ ଅଜଗରଟି ପଳାଇ ଆସିଥିଲା। ଶିବ ତ୍ରିପାଠୀଙ୍କ ବାରିପଟେ କୁକୁଡ଼ା ବୁଲୁଥିବା  ଦେଖି ତାହାକୁ ମାରି ଦେଇଥିଲା। ହେଲେ ଆଉ ଖାଇ ପାରି ନ ଥିଲା। ସ୍ଥାନୀୟ ଲୋକେ ଅଜଗରଟିକୁ ଦେଖି ସ୍ନେକ ହେଲ୍ପଲାଇନ୍‌କୁ ଖବର ଦେଇଥିଲେ। ଏହାପରେ ହେଲ୍ପଲାଇନ୍‌ ସଦସ୍ୟ ସ୍ନେହାଶିଷ ନାୟକ ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ।

ଜଙ୍ଗଲରେ ଖାଦ୍ୟାଭାବ ହେତୁ ଅଜଗର ଏବେ ଜନବସତି ମୁହାଁ ହେଉଥିବା ପରିବେଶବିତ୍‌ ମତ ଦେଉଛନ୍ତି। ମାଲକାନଗିରି ପରି ଦୁର୍ଗମ ଜିଲ୍ଲାରେ ଚଳିତ ବର୍ଷ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଅଜଗର ଜନବସତି ଅଞ୍ଚଳକୁ ପଳାଇ ଆସିଥିଲେ ମଧ୍ୟ କାହାର କ୍ଷତି ଘଟାଇ ନ ଥିବା ଜଣାଯାଇଛି।

By amfnews

Related Post