Tue. Aug 25th, 2026

କାହିଁକି ଦୀପିକା ପାଦୁକୋନ୍‌ଙ୍କ ସହିତ କାମ କରୁନାହାନ୍ତି ସଲମାନ୍‌ ଖାନ୍‌?

412 Views

ମୁମ୍ବାଇ: ନିକଟରେ ଏକ ସୋ’ରେ ଯୋଗ ଦେବା ଅବସରରେ ସଲମାନ୍‌ ଖାନଙ୍କୁ ଏକ ପ୍ରଶ୍ନ କରାଯାଇଥିଲା। ତାହା ଥିଲା କି ସଲମାନ୍‌ ଓ ଦୀପିକା ପାଦୁକୋନ୍‌ କେବେ ଏକାଠି ନଜର ଆସିବେ। ଏ ସଂପର୍କରେ ସଲମାନ୍‌ ଖାନ୍‌ କହିଥିଲେ ,‘ମୁଁ ଏବେ ବି ବୁଝିପାରୁନାହିଁ ,କାହିଁକି ଆମେ ଦୁହେଁ ଏଯାଏଁ ଏକାଠି ଫିଲ୍ମ କରିପାରୁ ନାହୁଁ? ସଲମାନ୍‌ଖାନ୍‌ ଆହୁରି ମଧ୍ୟ କହିଥିଲେ ଯେ ଦୀପିକା ଜଣେ ବଡ଼ ଷ୍ଟାର। ଦୀପିକାଙ୍କ ପାଇଁ ଯେଉଁ ଭଳି ସ୍କ୍ରିପ୍ଟ ଦରକାର,ସେଥିରେ ସେ ବୋଧହୁଏ ଫିଟ୍‌ ହେଉନାହାଁନ୍ତି,ଯେଉଁଥିପାଇଁ ଦୁହେଁ ଏକାଠି କାମ କରିପାରିନାହାଁନ୍ତି।

ସଲମାନ୍‌ ଖାନ୍‌ କହିଥିଲେ ଯେ ‘ଭାରତ୍‌’ରେ ତାଙ୍କ ସହ କାଟ୍ରିନା କୈଫ୍‌ ନାୟିକା ଭୂମିକାରେ ଅଛନ୍ତି। କାଟ୍ରିନାଙ୍କ ସହିତ ଟାଇଗର ସିରିଜର ତୃତୀୟ ସିନେମାରେ ସେ ପୁଣି କାମ କରିବେ। ଅନ୍ୟପକ୍ଷରେ ‘ଦବଙ୍ଗ-୩’ରେ ସୋନାକ୍ଷୀ ସିହ୍ନା ତାଙ୍କର ନାୟିକା। ସାଜିଦ୍‌ ନାଡିଆଡ୍‌ଓ୍ଵାଲାଙ୍କ ‘କିକ୍‌-୨’ରେ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ସହିତ କାମ କରିବେ। ତଥାପି ସଲମାନ୍‌ ଆଶାବାଦୀ ଯେ ଦିନେ ନା ଦିନେ ଦୀପିିକାଙ୍କ ସହ ତାଙ୍କୁ କାମ କରିବାର ସୁଯୋଗ ମିଳିବ।

ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ ଦୀପିକା ପାଦୁକୋନ୍‌ଙ୍କୁ ପ୍ରଥମେ ସଲମାନ୍‌ ଖାନ୍‌ଙ୍କ ବିପକ୍ଷରେ ନାୟିକା ଭୂମିକା ଲାଗି ଅଫର୍‌ ହୋଇଥିଲା। ମାତ୍ର ସେତେବେଳେ ସେ ଏଥିଲାଗି ପ୍ରସ୍ତୁତ ନଥିଲେ । ପରେ ଅବଶ୍ୟ ଶାହାରୁଖ୍‌ ଖାନଙ୍କ ବିପକ୍ଷରେ ‘ଓମ୍‌ ଶାନ୍ତି ଓମ୍‌’ରେ ଡେବ୍ୟୁ କରିଥିଲେ।

By amfnews

Related Post