Sat. Jul 25th, 2026

କାର୍‌ ଦୁର୍ଘଟଣାରେ ଉତ୍ତରାଖଣ୍ଡ ମନ୍ତ୍ରୀ ଅରବିନ୍ଦ ପାଣ୍ଡେଙ୍କ ପୁଅ ମୃତ

311 Views

ବରେଲି : ବୁଧବାର ପାହାନ୍ତାରେ ଉତ୍ତର ପ୍ରଦେଶର ବରେଲି ଜିଲ୍ଲା ଅନ୍ତର୍ଗତ ଫରିଦପୁର ନିକଟରେ ଗୋଟାଏ କାର୍‌ ଦୁର୍ଘଟଣାରେ ଉତ୍ତରାଖଣ୍ଡର ମନ୍ତ୍ରୀ ଅରବିନ୍ଦ ପାଣ୍ଡେଙ୍କ ପୁଅ ଅଙ୍କୁର ପ୍ରାଣ ହରାଇଛନ୍ତି।

ଭୋର୍‌ ପ୍ରାୟ ୩ଟା ବେଳେ ସେ ଯାତ୍ରା କରୁଥିବା କାର୍‌ଟି ୨୪ ନମ୍ବର ଜାତୀୟ ରାଜପଥର ଫରିଦପୁର ଠାରେ ଗୋଟାଏ ଟ୍ରକ୍‌ ସହ ଧକ୍କା ଖାଇଥିଲା। ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି ଓ ଜଣେ ଆହତ ହୋଇଛନ୍ତି।

ବାହାଘର ଅନୁଷ୍ଠାନରେ ଯୋଗ ଦେବା ନିମନ୍ତେ ସେମାନେ ଗୋରଖପୁର ଯାଉଥିଲେ। ଅରବିନ୍ଦ ପାଣ୍ଡେ ହେଉଛନ୍ତି ଭାରତୀୟ ଜନତା ପାର୍ଟିର ସଦସ୍ୟ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ସ୍କୁଲ୍‌ ଓ ସଂସ୍କୃତ ଶିକ୍ଷା, କ୍ରୀଡ଼ା, ଯୁବକଲ୍ୟାଣ ଓ ପଞ୍ଚାୟତ ରାଜ ମନ୍ତ୍ରୀ

By amfnews

Related Post