Mon. Aug 24th, 2026

କାର୍ଯ୍ୟକ୍ରମ ଆୟୋଜକଙ୍କ ବିରୁଦ୍ଧରେ ପୁଲିସରେ ଏତଲା ଦେଲେ ସପ୍‌ନା ଚୌଧୁରୀଙ୍କ ଭାଇ

348 Views

ଲୁଧିଆନା: ଜଣାଶୁଣା ଟେଲି ସେଲିବ୍ରିଟି ତଥା ପୂର୍ବତନ ବିଗ୍‌ବସ ପ୍ରତିଯୋଗୀ ସପ୍‌ନା ଚୌଧୁରୀଙ୍କୁ ସଂପୂର୍ଣ୍ଣ ପାରିଶ୍ରମିକ ଦିଆଯାଇନଥିବା ଅଭିଯୋଗରେ ଜଣେ କାର୍ଯ୍ୟକ୍ରମ ଆୟୋଜକଙ୍କ ବିରୁଦ୍ଧରେ ପୁଲିସରେ ଏତଲା ଦେଇଛନ୍ତି ସପ୍‌ନାଙ୍କ ଭାଇ। ସପ୍‌ନା ଚୌଧୁରୀଙ୍କ ଭାଇ ବିକାଶ ଚୌଧୁରୀ କହିଛନ୍ତି ଯେ ଲୁଧିଆନାର ଏକ ସୋ’ ପାଇଁ ସପ୍‌ନାଙ୍କୁ ୮ଲକ୍ଷ ଟଙ୍କା ମିଳିବା କଥା। କିନ୍ତୁ କାର୍ଯ୍ୟକ୍ରମର ଆୟୋଜକ ସପନାଙ୍କୁ ମାତ୍ର ୬ ଲକ୍ଷ ଟଙ୍କା ଦେଇଥିଲେ ।

ସପ୍‌ନାଙ୍କ ଭାଇ ବିକାଶ ଆହୁରି ମଧ୍ୟ କହିଛନ୍ତି ସେହି ସୋ’ରେ ସପ୍‌ନା ଚୌଧୁରୀ ଘୋଷଣା କରିଥିଲେ କି ସେ ନିଜର ପାରିଶ୍ରମିକ ବାବଦରେ ମିଳିଥିବା ଅର୍ଥକୁ ଜମ୍ମୁ-କାଶ୍ମୀରର ପୁଲଓ୍ଵାମାରେ ସଂଗଠିତ ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ଯବାନଙ୍କ ପରିବାରକୁ ଦାନ କରିବେ। ତେବେ ବିକାଶ ଓ ସପ୍‌ନା କାର୍ଯ୍ୟକ୍ରମ ଆୟୋଜକଙ୍କ ସଂପର୍କରେ ସର୍ବଶେଷ ତଥ୍ୟ ଦେଇ ପାରିନାହାଁନ୍ତି। ଏପରିକି ସପନା ଯେଉଁ ହୋଟେଲରେ ରହିଥିଲେ ତାହା ବି ଆୟୋଜକଙ୍କ ନାଆଁରେ ବୁକ୍‌ ହୋଇ ନଥିବା ଜଣାଯାଇଛି। ପୁଲିସ ଏବେ ସିସିଟିଭି ଫୁଟେଜ ଆଧାରରେ ମାମଲାର ତଦନ୍ତ କରୁଛି।

By amfnews

Related Post