Sun. Sep 13th, 2026

କାମାକ୍ଷାନଗର ମେଡିକାଲରେ ଅଗ୍ନିକାଣ୍ଡ, ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଭୟଭୀତ

480 Views

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଆଜି ଅପରାହ୍ନ ୧ଟା ବେଳକୁ ବିଦ୍ୟୁତ୍‌ ସର୍ଟସର୍କିଟରୁ ଘଟିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ପ୍ରଥମେ ବିଦ୍ୟୁତ ପନେଲ ବୋର୍ଡରେ ନିଆଁ ଲାଗିଥିଲା। ନିଆଁ ଲାଗିବା ହେତୁ ବିଦ୍ୟୁତ ପାନେଲ୍‌ ବୋର୍ଡରୁ ଧୂଆଁ ବାହାରିଥିଲା। ପରେ ଏହି ନିଆଁ ହଠାତ ହୁତୁହୁତୁ ହୋଇ ଜଳି ଉଠିଥିଲା । ଏଥିରେ ବିଦ୍ୟୁତ ପନେଲ ବୋର୍ଡ ପୋଡି ଯାଇଥିଲା। ଅଗ୍ନିକାଣ୍ଡ ଘଟିଥିବା ଜାଣି ହସ୍‌ପିଟାଲରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ହସ୍‌ପିଟାଲ୍‌ ପରିସରରେ ଥିବା ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। କିଛି ସମୟ ପାଇଁ କାମାକ୍ଷାନଗର ମେଡିକାଲରେ ଏହି ଅଗ୍ନିକାଣ୍ଡକୁ ଆତଙ୍କ ଖେଳି ଯାଇଥିଲା, ପରେ ମେଡିକାଲରେ ଥିବା ବିଦ୍ୟୁତ କର୍ମଚାରୀ ଆସି ଅଗ୍ନି ନିର୍ବୀପକ ଗ୍ୟାସ ମାରିବା ପରେ ନିଆଁ ଲିଭି ଯାଇଥିଲା। ହେଲେ ବିଦ୍ୟୁତ କଟି ଯାଇଛି। ଫଳରେ ଅସହ୍ୟ ଗରରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି।

By amfnews

Related Post