Thu. Jul 2nd, 2026

କାବୁଲରେ ବିସ୍ଫୋରଣ;୫ ମୃତ,୫୦ ଆହତ

304 Views

କାବୁଲ  : ଆଫଗାନିସ୍ତାନର ରାଜଧାନୀ କାବୁଲରେ ବିସ୍ଫୋରଣ ଘଟି  ୫ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୫୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କାବୁଲର ଅନ୍ତଃରାଷ୍ଟ୍ରୀୟ  ସଙ୍ଗଠନ କାର୍ଯ୍ୟାଳୟ ନିକଟରେ ପ୍ରଥମେ ଗୁଳିବିନିମୟ ହୋଇଥିଲା। ପରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା।

ଗୃହ ମନ୍ତ୍ରାଳୟର ପ୍ରବକ୍ତା ନସରତ ରହିମ୍‌ କହିଛନ୍ତି ଯେ ଏହି ବିସ୍ଫୋରଣଟି ଗ୍ରୀନ୍‌ ଭିଲେଜ ନିକଟରେ ହୋଇଥିଲା। ବିସ୍ଫୋରଣ ପରେ ପୂରା ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। ଏକ ତାଲିବାନ ଆତଙ୍କବାଦୀ ସଙ୍ଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି।

By amfnews

Related Post