Fri. May 22nd, 2026

କାନ୍ଥ ଭୁଷୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ, ୨ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି

223 Views

ସମ୍ବଲପୁର : ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ମାଲିପଡ଼ାରେ କାନ୍ଥ ଭୁଷୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏଥିରେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ବୋଲି ବି ଜଣାଯାଇଛି । ଆହତଙ୍କ ଅଵସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଵୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି । ମୃତକଜଣକ ହେଲେ ଅଜୟ ମୁଣ୍ଡା । ଆହତ ଦୁଇଜଣ ଯୁବକ ହେଲେ ସୁଜିତ ମୁଣ୍ଡା ଓ ଅଭିଷେକ ପିଙ୍ଗୁଆ ।

ମିଳିଥିବା ସୂଚନା ଅନୁଯାୟୀ ତିନି ଯୁବକ ଅଜୟ ମୁଣ୍ଡା, ସୁଜିତ ମୁଣ୍ଡା ଓ ଅଭିଷେକ ପିଙ୍ଗୁଆ ଏକ ମାଟି ଘରେ ଶୋଇଥିବା ବେଳେ ଭୋର ପ୍ରାୟ ସାଢ଼େ ତିନିଟା ସମୟରେ ମାଟିକାନ୍ଥ ଭୁଷୁଡି ଯାଇ ସେମାନଙ୍କ ଉପରେ ପଡିଥିଲା ।ଏହାଫଳରେ ଘଟଣାସ୍ଥଳରେ ହିଁ ଅଜୟ ମୁଣ୍ଡାଙ୍କର ପ୍ରାଣହାନି ଘଟିଥିଲା। ଅପରପକ୍ଷରେ ସେମାନଙ୍କର ଚିତ୍କାର ଶୁଣି ପଡ଼ୋଶୀମାନେ ଉଠି ଆହତ ସୁଜିତ ମୁଣ୍ଡା ଓ ଅଭିଷେକ ପିଙ୍ଗୁଆଙ୍କୁ ଉଦ୍ଧାର କରିଥିଲେ।ପୁଲିସ ଘଟଣାସ୍ଥଳ ତଦାରଖ କରିବାସହ ଏହାର ଅଧିକ ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି।

By amfnews

Related Post