Thu. May 14th, 2026

କାଠମାଣ୍ଡୁରେ ପହଞ୍ଚିିଲା କଳ୍ପନା ଦାଶଙ୍କ ମୃତଦେହ, ପରିବାରକୁ ହସ୍ତାନ୍ତର ପରେ ଓଡ଼ିଶା ଆସିବ ପ୍ରାର୍ଥିବ ଶରୀର

348 Views

ଭୁବନେଶ୍ୱର: ଓଡ଼ିଆ ଝିଅ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। କଳ୍ପନାଙ୍କ ମରଶରୀରକୁ ଗୁରୁବାର ବେସ୍‌ କ୍ୟାମ୍ପ-୪ରୁ ସ୍ୱତନ୍ତ୍ର ହେଲିକପ୍ଟଟ ଯୋଗେ ନେପାଳର ରାଜଧାନୀ କାଠମାଣ୍ଡୁକୁ ଅଣାଯାଇଛି। ସେଠାରେ କଳ୍ପନାଙ୍କ ପ୍ରାର୍ଥିବ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ପରେ ଓଡ଼ିଶା ଅଣାଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଗତ ୨୩ ତାରିଖରେ କଳ୍ପନା ଦାଶଙ୍କ ଦେହାନ୍ତ ହୋଇଥିଲା। କଳ୍ପନା ନିଜର ଶେଷ ନିଶ୍ୱାସକୁ ଏଭେରେଷ୍ଟ ଶିଖରରେ ହିଁ ତ୍ୟାଗ କରିଥିଲେ। ଦ୍ଵିତୀୟ ଥର ପାଇଁ ଏଭେରେଷ୍ଟ୍‌ ଆରୋହଣ କରିବାର କିଛି ଘଣ୍ଟା ପରେ ହିଁ ଏଭଳି ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ନେପାଳ ପର୍ଯ୍ୟଟନ ବିଭାଗର ନିର୍ଦେଶକ ମୀରା ଆଚାର୍ଯ୍ୟ ଏହି ଖବରକୁ ସ୍ପଷ୍ଟ କରିଥିଲେ। ସେ ହିମାଲୟନ୍‌ ୱେବ୍‌ସାଇଟ୍‌କୁ ଦେଇଥିବା ସାକ୍ଷାତକାରରେ ଏହି ଖବର ସ୍ପଷ୍ଟ କରିଥିଲେ। ଅନ୍ୟପକ୍ଷରେ କଳ୍ପନା ସହିତ ଥିବା ଜଣେ ସେର୍ପା ମଧ୍ୟ କଳ୍ପନାଙ୍କ ପରିବାରକୁ ହ୍ଵାଟସଆପ୍‌ ମାଧ୍ୟମରେ ମୁତ୍ୟୁ ଘଟିଥିବା ଖବର ଜଣାଇଥିଲେ। ଏହି ଖବର ଓଡ଼ିଶା ଦୁଃସାହସିକ କ୍ରୀଡ଼ା ଦୁନିଆକୁ ଶୋକରେ ବୁଡ଼ାଇ ଦେଇଛି।

ନେପାଳରୁ କଳ୍ପନା ଦାଶଙ୍କ ମରଶରୀର ଓଡ଼ିଶାକୁ ଅଣାଯିବ। ଏ ନେଇ ନେପାଳରେ ଭାରତୀୟ ଦୂତାବାସକୁ ଚିଠି ରାଜ୍ୟ କ୍ରୀଡ଼ା ସଚିବ ଚିଠି ଲେଖିଛନ୍ତି। ଚିଠିରେ ସଚିବ ଉଲ୍ଲେଖ କରିଛନ୍ତି ଯେ, କଳ୍ପନାଙ୍କ ମରଶରୀର ଆଣିବା ପାଇଁ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

ନିଜର ତୃତୀୟ ପ୍ରୟାସରେ ୨୦୦୮ ମସିହାରେ କଳ୍ପନା ଏଭେରେଷ୍ଟ୍‌ ଆରୋହଣ କରି ଓଡ଼ିଶା କ୍ରୀଡ଼ାରେ ନୂଆ ଇତିହାସ ରଚିଥିଲେ। ୨୦୦୪ ଏବଂ ୨୦୦୬ରେ ଖରାପ ପାଣିପାଗ କାରଣରୁ ଅଧାରୁ ଫେରିଥିବା ଏହି ଢେଙ୍କାନାଳ ଝିଅ କିନ୍ତୁ ନିଜ ଅଦମ୍ୟ ସାହାସ ଦେଖାଇ ୨୦୦୮ ମସିହାରେ ଓଡ଼ିଶା କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ିଥିଲେ।

By amfnews

Related Post