Sun. Aug 16th, 2026

କଶ୍ମୀରରେ ପ୍ରଶିକ୍ଷଣ ନେବାକୁ ଧୋନିଙ୍କୁ ସେନାର ଅନୁମତି

256 Views

ନୂଆଦିଲ୍ଲୀ  : ଟିମ୍ ଇଣ୍ଡିଆର ୱିକେଟ୍‌ କିପର୍‌ ମହେନ୍ଦ୍ର ସିଂହ ଧୋନିଙ୍କୁ ଟେରିଟୋରିଆଲ୍‌ ଆର୍ମିରେ ପ୍ରଶିକ୍ଷଣ ପାଇଁ ଅନୁମତି ମିଳିଛି। ସେନା ମୁଖ୍ୟ ବିପିନ ରାୱତ ତାଙ୍କୁ ଏନେଇ ଅନୁମତି ପ୍ରଦାନ କରିଛନ୍ତି। ତାଙ୍କ ଅନୁମତିକ୍ରମେ ଧୋନି ଏବେ ଦୁଇ ମାସ ପାଇଁ ପାରାସୁଟ୍‌ ରେଜିମେଣ୍ଟରେ ପ୍ରଶିକ୍ଷଣ ନେବେ। ଏହି ପ୍ରଶିକ୍ଷଣ ସେ କେବଳ କଶ୍ମୀରରେ ହିଁ ନେଇପାରିବେ। ତେବେ ଧୋନି ସେନାର କୌଣସି ଅପରେସନ୍‌ରେ ସାମିଲ ହୋଇପାରିବେ ନାହିଁ। ସୂଚନାଯୋଗ୍ୟ, ଧୋନି ଯେଉଁ ପ୍ରଶିକ୍ଷିଣ ନେବାକୁ ଯାଉଛନ୍ତି, ଏବେ ସେ ସେହି ବିଭାଗର ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅଛନ୍ତି।

ଗତକାଲି ଟିମ୍ ଇଣ୍ଡିଆର ଓ୍ୱେଷ୍ଟେଣ୍ଡିଜ୍ ଗସ୍ତ ପାଇଁ ଖେଳାଳି ତାଲିକା ଘୋଷଣା ହୋଇଛି। ଏହି ତାଲିକାରେ ଧୋନିଙ୍କ ନାମ ନାହିଁ। କାରଣ ସେ ଖେଳାଳି ଚୟନ ପୂର୍ବରୁ ହିଁ ବିସିସିଆଇକୁ ଚିଠି ଲେଖି ଦୁଇ ମାସ ଖେଳି ପାରିବେ ନାହିଁ ବୋଲି ଅବଗତ କରାଇ ଦେଇଥିଲେ। ଏହି ସମୟରେ ସେ ପାରାଚ୍ୟୁଟ୍ ରେଜିମେଣ୍ଟ ସହିତ ରହିବେ ବୋଲି କହିଥିଲେ।

By amfnews

Related Post