Mon. Aug 31st, 2026

କଳାହାଣ୍ଡି କରୋନା ଆକ୍ରାନ୍ତଙ୍କ ଗାଁ ସିଲ୍‌

284 Views

ଧର୍ମଗଡ଼  :  କଳାହାଣ୍ଡି ଜିଲ୍ଲାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ରାତିରେ ଏହି ଖବର ଆସିଥିଲା। ଏହାପରେ ଆଜି ଆକ୍ରାନ୍ତଙ୍କ ଗାଁକୁ ସିଲ୍ କରି ଦେଇଛି ଜିଲ୍ଲା ପ୍ରଶାସନ। ତା’ସହିତ ଉକ୍ତ ପଞ୍ଚାୟତରେ ଚଳାଚଳ କରିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି। କଳାହାଣ୍ଡି ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।

ସେହିପରି ଜିଲ୍ଲାପାଳଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଯୁବକଙ୍କୁ କୋଭିଡ୍ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସଂସ୍ପର୍ଶରେ ୩୧ ଜଣ ଆସିଛନ୍ତି। ସେମାନଙ୍କ ମଧ୍ୟରେ ତାଙ୍କ ପରିବାର ଲୋକ ମଧ୍ୟ ରହିଛନ୍ତି। ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବା ସହିତ ସେମାନଙ୍କ ସ୍ୱାବ୍ ଟେଷ୍ଟ୍ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

ଏଠାରେ କରୋନା ଆକ୍ରାନ୍ତ ହୋଇଥିବା ଯୁବକଙ୍କୁ ୨୯ ବର୍ଷ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ ସେ ପୂର୍ବରୁ ବାହରିନ୍‌ ଯାଇଥିଲେ।ଗତକାଲି ଏହି ଯୁବକଙ୍କ ନମୁନା ପଜିଟିଭ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି।

By amfnews

Related Post