Wed. Sep 30th, 2026

କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

247 Views

ରାୟଗଡ଼ା : ରାୟଗଡ଼ା ସହରର କସ୍ତୁରୀ ନଗର ସ୍ଥିତ ଏକ ଦୋକାନ ବାରଣ୍ଡାରୁ ଆଜି ସକାଳେ ଜଣେ କଲେଜ ଛାତ୍ରଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରଙ୍କ ନାଁ ଏମ୍‌. ସୁରେଶ କୁମାର। ତାଙ୍କ ଘର କସ୍ତୁରୀ ନଗର ଅଞ୍ଚଳରେ। ସେ ରାୟଗଡ଼ା ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପଢୁଥିଲେ।

ସୁରେଶଙ୍କ ମୁହଁରେ ଆଘାତ ଲାଗିଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଯାଞ୍ଚ କରିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ୍ ସନ୍ଧାନୀ କୁକୁରର ମଧ୍ୟ ସାହାଯ୍ୟ ନେଇଛି। ପାଖରେ ଥିବା ସିସିଟିଭି ଫୁଟେଜ୍‌କୁ ବି ପୁଲିସ୍ ଯାଞ୍ଚ କରୁଛି।

ରାୟଗଡ଼ା ଏସ୍‌ଡିପିଓ ନାରାୟଣ ରଥ କହିଛନ୍ତି,“ପ୍ରାଥମିକ ତଦନ୍ତରୁ ଏହା ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ସୁରେଶଙ୍କୁ କେହି ହତ୍ୟା କରି ଏଠାରେ ପକାଇ ଦେଇଥିବା ଜଣାପଡୁଛି।”

By amfnews

Related Post