Fri. Oct 16th, 2026

କଲର୍ଭଟ୍‌ ତଳୁ ସଦ୍ୟ ଜନ୍ମିତ ବାଳିକା ଉଦ୍ଧାର

237 Views

ଜୟପୁର, ଜାନୁଆରୀ୨୮ : ସୋମବାର ସକାଳେ ବୋରିଗୁମା ଥାନା ଅଞ୍ଚଳର ଜୟପୁର ବ୍ଲକ୍‌ ଅନ୍ତର୍ଗତ କେବିଡି ପଞ୍ଚାୟତରେ ଥିବା ଗୋଟିଏ କଲଭର୍ଟ ତଳୁ ଏକ ସଦ୍ୟ ଜନ୍ମିତ ବାଳିକାକୁ ଉଦ୍ଧାର କରାଯାଇଛି।

ସକାଳ ୬ଟା ପରେ ସ୍ଥାନୀୟ ଗ୍ରାମବାସୀମାନେ ଉକ୍ତ ଶିଶୁଟିକୁ ସେଠାରେ ଦେଖିବା ପରେ ଉଦ୍ଧାର କରି ରାବଣାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଶିଶୁଟି ଥଣ୍ଡାରେ ଆକ୍ରାନ୍ତ ହୋଇଥିବାରୁ ତାକୁ ଆଇସିୟୁରେ ରଖାଯାଇଛି। ତା’ର ସ୍ୱାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ଥିବା କଥା କୁହାଯାଉଛି।

ଖବର ପାଇ ବୋରିଗୁମା ପୁଲିସ ଘଟନାସ୍ଥଳକୁ ଯାଇ ଲୋକଙ୍କୁ ପଚରା ଉଚୁରା କରିବା ପରେ ଏବେ ଡାକ୍ତରଖାନାରେ ପହଞ୍ଚିଛି।

By amfnews

Related Post