Mon. Oct 5th, 2026

କଲରାଜ ମିଶ୍ର ହେଲେ ହିମାଚଳ ପ୍ରଦେଶର ରାଜ୍ୟପାଳ

269 Views

ନୂଆଦିଲ୍ଲୀ  : ବିଜେପିର ବରିଷ୍ଠ ନେତା ତଥା ପୂର୍ବ ସାଂସଦ କଲରାଜ ମିଶ୍ରଙ୍କୁ ହିମାଚଳ ପ୍ରଦେଶର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ହିମାଚଳ ପ୍ରଦେଶର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ସ୍ଥାନାନ୍ତରିତ କରାଯାଇ ଗୁଜୁରାଟ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଏଯାବତ୍‌ ଓପି କୋହଲି ଗୁଜୁରାଟର ଦାୟିତ୍ୱ ସମ୍ଭାଳି ଆସୁଥିଲେ।

ଲୋକସଭା ନିର୍ବାଚନ ଲଢ଼ିବା କଥାକୁ ଅସ୍ୱୀକାର କରି କଲରାଜ ମିଶ୍ର କହିଥିଲେ କି ଦଳ ତାଙ୍କ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି। ସେ ତାହାକୁ ନିଭାଇବା ଉପରେ ଧ୍ୟାନ ଦେବାକୁ ଚାହାନ୍ତି।

By amfnews

Related Post