Fri. Aug 14th, 2026

କର୍ମଚାରୀଙ୍କୁ ଜଗିବ ମେସିନ୍‌, କଲେଜକୁ ପ୍ରବେଶ ଓ ପ୍ରସ୍ଥାନ ପୂର୍ବରୁ ଦେବାକୁ ହେବ ପଞ୍ଚ୍‌

285 Views

ଭୁବନେଶ୍ୱର: ଏଣିକି ମନଇଚ୍ଛା କଲେଜ ଯିବା ଆସିବା କରିପାରିବେ ନାହିଁ କଲେଜ୍‌ର କର୍ମଚାରୀ। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନୂତନ ନିୟମ ଅନୁସାରେ ପ୍ରତ୍ୟେକ କଲେଜରେ ଏଥର ବାୟୋମେଟ୍ରିକ୍ସ ମେସିନ୍‌ ଲାଗିବ।

କର୍ମଚାରୀମାନେ କଲେଜରେ କେତେ ଦିନ ଓ କେତେ ସମୟ ଉପସ୍ଥିତ ରହୁଛନ୍ତି ମେସିନ୍‌ ତାହା ଉପରେ ନଜର ରଖିବ। କଲେଜ୍‌କୁ ପ୍ରବେଶ କଲା ବେଳେ ଓ ପ୍ରସ୍ଥାନ କଲା ବେଳେ ଇନ୍‌ ଓ ଆଉଟ୍‌ ପଞ୍ଚ୍‌ ଦେବା ବାଧ୍ୟତାମୂଳକ। ପଞ୍ଚ୍‌ ନ ଦେଇ କଲେଜ ଭିତରକୁ ପଶିଲେ ସେଦିନକୁ ଅନୁପସ୍ଥିତ ବୋଲି ମନାଯିବ। ଉଚ୍ଚ ଶିକ୍ଷା ବିଭାଗର କର୍ମଚାରୀ ସାଢ଼େ ସାତ ଘଣ୍ଟା କଲେଜ୍‌ରେ ରହିବା ବାଧ୍ୟତାମୂଳକ। ତା’ଠାରୁ କମ୍‌ ସମୟ ରହିଲେ ଅଧା ଦିନର ଦରମା କାଟ୍‌ ହେବ।

ତେବେ ଉଚ୍ଚ ଶିକ୍ଷା ବିଭାଗର ନିୟମ ଅନୁଯାୟୀ ସାଢ଼େ ୧୦ଟା ସୁଦ୍ଧା କଲେଜ୍‌ର କର୍ମଚାରୀ କଲେଜ୍‌ରେ ଉପସ୍ଥିତ ରହିବେ। ସାଢ଼େ ୧୦ଟା ପରେ କଲେଜ୍‌ ଆସିଲେ ତାହାକୁ ବିଳମ୍ବ ବୋଲି ହିସାବ କରାଯିବ। ତେବେ, ଏହି ବାୟୋମେଟ୍ରିକ୍ସ ପଞ୍ଚ୍‌ କେବଳ କର୍ମଚାରୀଙ୍କ ପାଇଁ। ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ନୁହେଁ।

By amfnews

Related Post