Fri. Apr 24th, 2026

କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଟିକାକରଣ ନେଇ ଆସିପାରେ ବଡ ନିଷ୍ପତ୍ତି

408 Views

ନୂଆଦିଲ୍ଲୀ, ମେ ୧୫ :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରୋନା ସ୍ଥିତି ସମୀକ୍ଷା ଲାଗି ଏକ ଉଚ୍ଚ ସ୍ତରୀୟ ବୈଠକ ସକାଳ ୧୧ଟାରୁ ଆରମ୍ଭ ହୋଇଛି। ଦେଶରେ କରୋନା ସଂକ୍ରମଣ ଦ୍ବାରା ସୃଷ୍ଟି ହୋଇଥିବା ନୂତନ ପରିସ୍ଥିତି ଉପରେ ଆଲୋଚନା ଜାରି ରହିଛି ।

ଦେଶର ସବୁଠାରୁ ବଡ ଟିକାକରଣ ଅଭିଯାନ ଉପରେ କୌଣସି ବଡ ନିଷ୍ପତ୍ତି ଆସିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଏହି ଭର୍ଚୁଆଲ୍ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ), ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (ମୋଏଚ୍‌ଏଫ୍‌ଡବ୍ଲୁ) ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ବୈଜ୍ଞାନିକମାନେ ଯୋଗ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କରୋନାର ଦ୍ୱିତୀୟ ତରଙ୍ଗ ସହିତ ଦେଶର ସ୍ଥିତିକୁ ନିରନ୍ତର ସମୀକ୍ଷା କରୁଛନ୍ତି। ସେ କରୋନା ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ ଏବଂ ମହାମାରୀ ବିରୋଧରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଥିବାବେଳେ କୌଣସି ପ୍ରକାର ଅବହେଳା ନକରିବାକୁ ଚେତାବନୀ ଦେଇଥିଲେ।

By amfnews

Related Post