Fri. Sep 18th, 2026

କରୋନା ସଂକ୍ରମିତ ହୋଇ ବିଶିଷ୍ଠ ପ୍ରଫେସର ଅଜାମବର ମଲ୍ଲିକଙ୍କ ବିୟୋଗ

371 Views

ଭୁବନେଶ୍ବର, ମେ ୦୮ : ଓଡିଶାର ଜଣେ ବିଶିଷ୍ଟ ପ୍ରଫେସର ଅଜାମବର୍ ମଲ୍ଲିକ ଶୁକ୍ରବାର ଦିନ କରୋନାରେ ସଂଘର୍ଷ କରି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା।

ସ୍ବର୍ଗତ ମଲ୍ଲିକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ବାଲାଙ୍ଗୀରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେ ଶୁକ୍ରବାର ଦିନ କରୋନା ଯୁଦ୍ଧରେ ଜୀବନ ହରାଇଛନ୍ତି ।

ସେ ଭଦ୍ରକ, ଟିଟଲାଗଡ, ସଇଁତଳା ଏବଂ ବଲାଙ୍ଗୀର ମହାବିଦ୍ୟାଳୟରେ ପ୍ରଫେସର ଥିଲେ ଏବଂ ୨୦୦୭ରେ ଅବସର ନେଇଥିଲେ। ମଲ୍ଲିକ ୨୦୧୬ରେ ଦୁଇଟି ସମ୍ମାନଜନକ ଅନ୍ତର୍ଜାତୀୟ ପୁରସ୍କାର ଏବଂ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ ୩୦ଟି ଅନୁଷ୍ଠାନର ଅନେକ ପୁରସ୍କାର ପାଇଥିଲେ।

ସେ ରାଜ୍ୟରେ ପ୍ରଥମ ଯିଏକି ଓଡିଆ ଆତ୍ମଜୀବନୀ ବିଷୟରେ ଗବେଷଣା ଆରମ୍ଭ କରିଥିଲେ।

By amfnews

Related Post