Fri. Sep 18th, 2026

କରୋନା ଯୋଦ୍ଧାଙ୍କ ଜୀବନ ଗଲା, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଡିଆଇଜିଙ୍କ ମୃତ୍ୟୁ

588 Views

ଭୁବନେଶ୍ବର, ମେ ୦୬ :

ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଡିଜି ସୁନୀଲ କୁମାର ପାର୍ଥ ଗୁରୁବାର କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ସ୍ବର୍ଗତ ପାର୍ଥ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଏବଂ ଏପ୍ରିଲ୍ ୨୭ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

କ୍ରନିକ୍ ବୃକକ୍ ରୋଗରେ ପୀଡିତ ଏହି ବରିଷ୍ଠ ଅଧିକାରୀ ଆଜି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

By amfnews

Related Post