Thu. Aug 13th, 2026

କରୋନା ମୁକାବିଲା ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ମେଡିସିନ୍‌ କିଟ୍‌ ଓ ମାସ୍କ

366 Views

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲା ମେଡିସିନ କିଟ୍‌ ଓ ମାସ୍କ ଭର୍ତ୍ତି ବିମାନ। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର କାର୍ଗୋ ବିମାନ ନୂଆଦିଲ୍ଲୀରୁ ଭାୟା ରାୟପୁର ଦେଇ ଏସବୁ ସାମଗ୍ରୀ ଧରି ଆଜି ଅପରାହ୍ନ ୫ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଛି। ଏହି ବିମାନରେ ୧୩୩ଟି କାର୍ଟୁନରେ ୬ ଶହ କେଜି ମାସ୍କ, କିଟ୍‌ ଓ ଔଷଧ ଆସିଛି। ଏସବୁ ଏନ୍-୯୫ ମାସ୍କ ହୋଇଥିବା ବେଳେ ଏହାକୁ ରାଜ୍ୟ ସ୍ୱାସ୍ଥ୍ୟ ନିଗମ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯିବ। ମାସ୍କ ଗୁଡ଼ିକ ଲୋକଙ୍କୁ ଓଏସ୍‌ଏମ୍‌ସି ଜରିଆରେ ମାଗଣାରେ ବଣ୍ଟାଯିବ।

‘କରୋନ’ରେ ଆଜି ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଓଡ଼ିଶାରେ ମଧ୍ୟ ୩ ଜଣ ଆକ୍ରାନ୍ତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏପରିସ୍ଥିତିରେ ଓଡ଼ିଶା ଏନ୍‌-୯୫ ମାସ୍କ ଅଭାବ ଦେଖାଦେଇଛି। ଲୋକମାନେ ମାସ୍କ ପାଇବାରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଯେଉଁ କେତେକ ଦୋକାନୀ ମାସ୍କ ରଖିଛନ୍ତି, ତାହାକୁ ଅଧିକ ଦରରେ ବିକୁଥିବା ଅଭିଯୋଗ ହୋଇଛି। ଆଜି ଓଡ଼ିଶାରେ ଏହି ମାସ୍କ ପହଞ୍ଚିବା ପରେ ବହୁ ମାତ୍ରାରେ ଅଭାବ ପୂରଣ କରିବ ବୋଲି ଆଶା କରାଯାଉଛି।

By amfnews

Related Post