Sat. May 16th, 2026

କରୋନା ଭୟ, ବିମାନରେ ପ୍ଲାଷ୍ଟିକ୍‌ ଘୋଡାଇ ବସିଲେ ଯାତ୍ରୀ

179 Views

ନୂଆଦିଲ୍ଲୀ ନିକଟରେ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦୁଇଜଣ ଯାତ୍ରୀ ବିମାନ ଭିତରେ ପ୍ଲାଷ୍ଟିକ୍‌ ଜରି ଘୋଡ଼େଇ ବସିଛନ୍ତି। ଭୟଙ୍କର କରୋନା ଭାଇରସ୍‌ରେ କେମିତି ସଂକ୍ରମିତ ନହେବେ ସେଥିପାଇଁ ସେମାନେ ଏମିତି ପ୍ଲାଷ୍ଟିକ୍‌ ଢାଙ୍କି ବସିଥିବା ଜଣାପଡିଛି।

ଏହି ଦୁଇ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ପୁରୁଷ ଥିବା ବେଳେ ଜଣେ ମହିଳା। ଦୁହେଁ ଜରି ପଲିଥିନ୍‌ ଘୋଡାଇ ହେବା ସହ ମୁହଁରେ ମାସ୍କ ମଧ୍ୟ ଲଗାଇଛନ୍ତି। କରୋନା ଭାଇରସ୍‌କୁ ନେଇ ଲୋକମାନେ କେତେ ଭୟଭୀତ, ଏହି ଭିଡିଓରୁ ତାହା ସ୍ପଷ୍ଟ ବାରି ହୋଇଯାଉଛି। ଏହି ଘଟଣାଟି ଘଟିଛି ଅଷ୍ଟ୍ରେଲିଆରେ।

ଅଲିସା ନାମକ ଏକ ଟ୍ୱିଟର ବ୍ୟବହାରକାରୀ ଏହି ଭିଡ଼ିଓକୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର କରି କ୍ୟାପସନ୍‌ରେ ଲେଖିଛନ୍ତି,  ‘ବିମାନରେ ମୋ ପଛରେ ବସିଥିବା ଏହି ଦୁଇଜଣ ଯାତ୍ରୀ, ଯେତେବେଳେ ଆପଣ କରୋନା ଭାଇରସ୍‌କୁ ନେଇ ପୂରା ଡରିଯାଇଥିବେ।’

ଅଲିସାଙ୍କର ଏହି ଭିଡିଓରେ କିଛି ଲୋକ ଦୁଇ ଜଣ ଯାତ୍ରୀଙ୍କର ଏହି ପଦକ୍ଷେପ ନେଇ ପ୍ରଶଂସା କରୁଥିବା ବେଳେ କିଛି ଲୋକ ସେମାନେ କେମିତି ଅଣନିଃଶ୍ୱାସୀ ହୋଇଯାଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ଡିସେମ୍ବର ମାସରେ ଚୀନର ମାରାତ୍ମକ କରୋନା ଭାଇରସ୍‌ ବ୍ୟାପିବା ଘଟଣା ସାମ୍ନାକୁ ଆସିଥିଲା। ଏଯାବତ୍‌ ଏହି ଭାଇରସ୍‌ରେ ୨୦ ୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

By amfnews

Related Post