Sat. Oct 17th, 2026

କରୋନା ପାଇଁ ୧୦୦ କୋଟି ଟଙ୍କାର ସୁରକ୍ଷା ସୁଟ୍‌ ଦେଲା ଟିକ୍‌ଟକ୍‌

233 Views

ନୂଆଦିଲ୍ଲୀ: ଲୋକପ୍ରିୟ ଭିଡିଓ ଶେୟାରିଂ ଆପ୍‌ ଭାରତକୁ କରୋନା ଲଢ଼େଇରେ ସହଯୋଗ କରିବାକୁ ଅଣ୍ଟା ଭିଡ଼ିଛି। ଏଥିପାଇଁ ଏହି ସଂସ୍ଥା ଭାରତର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୧୦୦ କୋଟି ଟଙ୍କାର ସୁରକ୍ଷା ସୁଟ୍‌ ଯୋଗାଇ ଦେଇଛି। କରୋନା ରୋଗୀଙ୍କୁ ଚିକିତ୍ସା କରିବା ବେଳେ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଏହି ସୁଟ୍‌ ପରିଧାନ କରିବେ।

୧୦୦ କୋଟି ଟଙ୍କା ମୂଲ୍ୟର ପ୍ରାୟ ୪ ଲକ୍ଷ ସୁଟ୍‌ ଟିକଟକ ଭାରତକୁ ଦେବ। ଟିକଟକ ଦେବାକୁ ଥିବା ୪ ଲକ୍ଷ ସୁଟ ମଧ୍ୟରୁ ପ୍ରଥମ ଦଫାରେ ୨୦,୬୫୭ଟି ଆଜି ଭାରତରେ ପହଞ୍ଚି ଯାଇଛି। ଶନିବାର ସୁଦ୍ଧା ଦ୍ୱିତୀୟ ଦଫାରେ ଆସିବାକୁ ଥିବା ୧,୮୦,୩୭୫ଟି ସୁଟ ଭାରତରେ ପହଞ୍ଚିବ। ଏହାପରେ ବିଭିନ୍ନ ପର୍ଯ୍ୟାୟରେ ୨ ଲକ୍ଷ ସୁଟ ଭାରତକୁ ଟିକଟକ ଦେବ ବୋଲି କହିଛି।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଖରେ ସେମାନଙ୍କର ଚିକିତ୍ସା ପାଇଁ ଆବଶ୍ୟକ ସୁରକ୍ଷା ସୁଟ ନାହିଁ। ଏଥିପାଇଁ ଡାକ୍ତରମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହା ବିରୋଧରେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମଧ୍ୟ ଧମକ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଟିକଟକ ସହଯୋଗର ହାତ ବଢ଼ାଇଛି।

By amfnews

Related Post