Mon. Sep 28th, 2026

କମ୍ପ୍ୟୁଟର ଯାଞ୍ଚ ପାଇଁ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ବିରୋଧରେ ଆଗତ ମାମଲାର ଜରୁରୀ ଶୁଣାଣି ଆବଶ୍ୟକତା ନାହିଁ: ସୁପ୍ରିମ୍‌ କୋର୍ଟ

416 Views

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରାଳୟ ଦେଶର ୧୦ଟି କେନ୍ଦ୍ରୀୟ ଏଜେନ୍‌ସି ଏବଂ ସିକ୍ୟୁରିଟି ଏଜେନ୍‌ସିଙ୍କୁ କ୍ଷମତା ମଞ୍ଜୁର କରି ଏଣିକି ଯେ କୌଣସି କମ୍ପ୍ୟୁଟରରେ ପ୍ରସ୍ତୁତ ହୋଇଥିବା, ପ୍ରସାରିତ ହୋଇଥିବା, ଗ୍ରହଣ କରାଯାଇଥିବା ବା ଷ୍ଟୋର୍‌ ହୋଇଥିବା ଯେ କୌଣସି ସୂଚନାକୁ ଅଟକ, ତନଖି ଓ ପୁନର୍ବିନ୍ୟାସ (ଇଣ୍ଟର୍ସେପ୍ଟଟ, ମନିଟର୍‌ ଓ ଡିକ୍ରାଇପ୍ଟଟ) କରିପାରିବେ ବୋଲି ଏକ ନିର୍ଦ୍ଦେଶନାମା ଜାରି କରିଥିଲେ।

ତେବେ, କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଏହି ନିର୍ଦ୍ଦେଶନାମା ବ୍ୟକ୍ତି ସ୍ୱାଧୀନତାର ଉଲ୍ଲଂଘନ ଥିବା ଦର୍ଶାଇ ସରକାରଙ୍କର ଏତାଦୃଶ ଗୁଇନ୍ଦାଗିରି ବିରୋଧରେ ମନୋହର ଲାଲ ଶର୍ମା ନାମକ ଜନୈକ ଆଇନଜୀବୀ ସୁପ୍ରିମ୍‌ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଆଗତ କରିବା ସହ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ। ତେବେ, ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ହେଲେ, ଏହି ମାମଲାର ଜରୁରୀ ଶୁଣାଣିର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ଏହି ମାମଲାର ଶୁଣାଣି ନିୟମିତ ପ୍ରକ୍ରିୟାରେ ହେବ ବୋଲି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ସ୍ପଷ୍ଟ କରି ଦେଇଛନ୍ତି।

By amfnews

Related Post