Thu. Oct 15th, 2026

କବି ଓ ରାଜନେତା ଶଙ୍କର ପରିଡ଼ାଙ୍କ ପିତୃ ବିୟୋଗ

362 Views

ରାଉରକେଲା, ୨୪/୭ : ପୁରୀ ସଦର ବ୍ଲକ, ପୁରୀ ଜିଲ୍ଲା ପରିଷଦ, ରାଜ୍ୟ କତାଶିଳ୍ପ ନିଗମର ପ୍ରାକ୍ତନ ସଭାପତି, ଓଡ଼ିଆ ଭାଷା ସଂଗ୍ରାମ ସମିତିର ଆବାହକ ଏବଂ ଯୁବଲେଖକ ସମ୍ମେଳନର ସଭାପତି ଶଙ୍କର ପରିଡ଼ାଙ୍କ ପିତା ମନୁ ପରିଡ଼ାଙ୍କ ୮୬ ବର୍ଷ ବୟସରେ ପବିତ୍ର ନବମୀ ସନ୍ଧ୍ୟା ଦର୍ଶନ ରାତିରେ ଦେହାବସାନ ଘଟିଛି । ବାହୁଡ଼ାଯାତ୍ରା ଅବସରରେ ତାଙ୍କର ପରିବାର, ପ୍ରିୟ ପରିଜନ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ଗହଣରେ ତାଙ୍କର ମରଶରୀରକୁ ସଂକୀର୍ତ୍ତନ ଶୋଭାଯାତ୍ରାରେ ପୁରୀ ବଡ଼ଦାଣ୍ଡ ପରିକ୍ରମା କରାଯାଇ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା ।

ଜ୍ୟେଷ୍ଠ ପୁତ୍ର ଶଙ୍କର ପରିଡ଼ା ମୁଖାଗ୍ନି ଦେଇଥିବାବେଳେ ପୁରୀ ସହର ଓ ପୁରୀ ସଦରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ସେଠାରେ ଉପସ୍ଥିତ ଥିଲେ । ସ୍ୱର୍ଗତ ପରିଡ଼ା ଜଣେ ସ୍ନେହୀ, ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତିଭାବେ ସମସ୍ତଙ୍କ ନିକଟରେ ପରିଚିତ ଥିଲେ । ବୟସାଧିକ ସତ୍ୱେ ଖୁବ୍ ଚଳ ଚଂଚଳ ଥିବା ସ୍ୱର୍ଗତ ପରିଡ଼ାଙ୍କ ଆକସ୍ମିକ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ସ୍ୱର୍ଗତ ପରିଡ଼ାଙ୍କ ଅନ୍ୟ ଦୁଇପୁତ୍ର ଗୋଲେଖ ଚରଣ ଓ ପ୍ରଜ୍ଞାପ୍ରକାଶ ପୁରୀ ସଦର ବ୍ଲକର ସର୍ବପ୍ରଥମ ଶୈକ୍ଷିକ ଅନୁଷ୍ଠାନ ଶାସ୍ତ୍ରୀ ମହାବିଦ୍ୟାଳୟରେ ଅଧ୍ୟାପନାରେ ବ୍ରତ ଥିବାବେଳେ ଜ୍ୟେଷ୍ଠ ପୁତ୍ରବଧୂ ପ୍ରାଧ୍ୟାପିକା ଶୁଭ୍ରା ନାୟକ ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଭାବେ ଅବସ୍ଥାପିତ । ସ୍ୱର୍ଗତ ପରିଡ଼ାଙ୍କ ବିୟୋଗରେ ସାରନଗରୀ ସ୍ଥିତ ଉତ୍କଳମଣୀ ଗୋପବନ୍ଧୁ ୱେଲଫେୟାର କମିଟିର ସଂପାଦକ ଅରୁଣ କୁମାର ପରିଡ଼ା ଗଭୀର ଶୋକ ପ୍ରକାଶ କରିଛନ୍ତି ।

Related Post