Fri. Apr 24th, 2026

କନ୍ନଡ ସୁପରଷ୍ଟାର ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅମ୍ବରୀଶଙ୍କ ପରଲୋକ

288 Views

ବେଙ୍ଗଲୁରୁ, ନଭେମ୍ବର ୨୫ : କନ୍ନଡ ସିନେମାର ଲୋକପ୍ରିୟ ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାଲାଭାଲି ହୁଚେଚେ ଗୌଡା ଅମରନାଥଙ୍କ ଗତକାଲି ରାତିରେ ପରଲୋକ ଘଟିଛି। ସେ କନ୍ନଡ ସିନେ ଜଗତରେ ଅମ୍ବରୀଶ ନାମରେ ପରିଚିତ ଥିଲେ। ମୃତ୍ୟ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା।

କନ୍ନଡ ସୁପରଷ୍ଟାର ଅମ୍ବରୀଶ ଗତ କିଛି ମାସ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ। ସେ ବେଙ୍ଗଲୁରୁର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ବିକ୍ରମ ହସ୍ପିଟାଲରେ ସେ ପ୍ରାଣତ୍ୟାଗ କରିଥିବା ଜଣାଯାଇଛି। ବିକ୍ରମ ହସ୍ପିଟାଲର ମୁଖପାତ୍ର କହିଛନ୍ତି ଯେ ହଠାତ୍‌ ଅମ୍ବରୀଶ ଅସୁସ୍ଥ ହେବା ଫଳରେ ତାଙ୍କୁ ଜେପି ନଗରସ୍ଥିତ ବାସଭବନରୁ ହସ୍ପିଟାଲକୁ ଅଣାଯାଇଥିଲା। ଡାକ୍ତରମାନଙ୍କ ପ୍ରଚେଷ୍ଟା ସତ୍ତ୍ୱେ ତାଙ୍କୁ ଶନିବାର ରାତି ୧୦ ଟା ୧୫ ମିନିଟ୍‌ ସମୟରେ ମୃତ ବୋଲି ଘୋଷଣା କରାଯାଇଥିଲା।


ଅମ୍ବରୀଶ ତେଲୁଗୁ ,ହିନ୍ଦୀ ଓ କନ୍ନଡ ଭାଷାର ୨୦୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ସେ ମନମୋହନ ସିଂହଙ୍କ ମନ୍ତ୍ରୀମଣ୍ଡଳରେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଜ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

By amfnews

Related Post