Sat. May 23rd, 2026

କଠୁଆରେ ଜୈସର ତିନି ଆତଙ୍କୀ ଗିରଫ, ପଚରାଉଚରାରୁ ଧରାପଡିଗଲା ବଡ ଆକ୍ରମଣର ଗୁମର

282 Views

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର କଠୁଆରେ ଜୈସ ସଂଗଠନର ତିନି ଆତଙ୍କୀ ଧରାପଡିଛନ୍ତି। ପୋଲିସ ଗିରଫ ପରେ ଆତଙ୍କୀଙ୍କୁ ପଚରାଉଚରା ଜାରି ରଖିଛି। ଯେଉଁଥିରୁ ଜୈସର ବଡ ଆକ୍ରମଣ ଗୁମର ବିଷୟରେ ଜଣାପଡିଛି। ଜୈସ-ଏ-ମହମ୍ମଦର କଠୁଆ ଏବଂ ପଞ୍ଜାବରେ ଏକ ବଡ ନେଟଓ୍ଵର୍କ କାମ କରୁଛି।ପାକିସ୍ତାନରେ ଥିବା ହିଜବୁଲ ମୁଜାହିଦିନ ଏହି ଆତଙ୍କୀଙ୍କ ସହିତ ମିଶି କିଭଳି ସୈନ୍ୟ ଆଡ୍ଡାକୁ ଆକ୍ରମଣ କରିବା ପାଇଁ ଯୋଜନା କରୁଛନ୍ତି ତାହା ମଧ୍ୟ ଜଣାପଡିଛି। ଏମାନଙ୍କ ସଂଗଠନର ଚେର ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି।

555

ଖବର ମୁତାବକ, କଠୁଆରୁ ପୋଲିସ ଏମାନଙ୍କୁ ଗିରଫ କରିବା ପରେ ପଚରାଉଚରା ଜାରି ରଖିଛି। ସେମାନଙ୍କ ସହିତ କାମ କରୁଥିବା ଅନ୍ୟ କିଛି ଆତଙ୍କୀଙ୍କ ନାମ କହିଛନ୍ତି। ପୋଲିସ ଖୁବଶୀଘ୍ର ଏମାନଙ୍କୁ ଗିରଫ କରିପାରେ। ଏମାନଙ୍କର କଲ ଡିଟେଲ ମଧ୍ୟ ପୋଲିସ ଚେକ୍‌ କରୁଛି। ଏମାନେ କଶ୍ମୀରରେ ଥିବା ଆତଙ୍କୀଙ୍କ ସହିତ କଥାବାର୍ତ୍ତା କରିବାର ତଥ୍ୟ ମଧ୍ୟ ପୋଲିସକୁ ମିଳିଛି। ଏହାଛଡା ପଞ୍ଜାବରେ ସକ୍ରିୟ ଥିବା ଆତଙ୍କୀ ମଧ୍ୟ ଏମାନଙ୍କ ସହିତ ଜଡିତ ରହିଛନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ଅମୃତସରର ନିରଙ୍କାରୀ ଭବନ ଉପରେ ହେବାକୁ ଥିବା ଆତଙ୍କୀ ହାମଲାର ରାଜ ମଧ୍ୟ ଖୋଲିପାରିବ। ଏମାନଙ୍କୁ ପଚରାଉଚରାରୁ ଆହୁରି ମଧ୍ୟ ଜଣାପଡିଛି ଯେ, ପାକିସ୍ତାନରେ ଥିବା ହିଜବୁଲ ମୁଜାହିଦିନ ଏହି ଆତଙ୍କୀଙ୍କ ସହିତ ମିଶି କିଭଳି ସୈନ୍ୟ ଆଡ୍ଡାକୁ ଆକ୍ରମଣ କରିବା ପାଇଁ ଯୋଜନା କରୁଛନ୍ତି ତାହା ମଧ୍ୟ ଜଣାପଡିଛି।

11

ସୂଚନାଯୋଗ୍ୟ, ଗତବର୍ଷ ଇଜ୍ଜର କୋଟଲୀରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେତେବେଳେ ପୋଲିସ ଅନ୍ୟ ୩ରୁ ୪ ଜଣଙ୍କୁ ଗିରଫ କରିଥିଲେ। ସେମାନଙ୍କୁ ପଚରାଉଚରା କରାଯିବାରୁ ଖବର ମିଳିଥିଲା କି, କଠୁଆର ହିରାନଗର ଅଞ୍ଚଳରେ ରହି ମାରଧର କରୁଥିଲେ। ଗତ ତିନି ବର୍ଷ ମଧ୍ୟରେ ସେହି ଅଞ୍ଚଳରେ ୪୦ରୁ ୫୦ ଆତଙ୍କୀ ହିରାନଗର ଜରିଆରେ କାଶ୍ମୀରକୁ ଯାଆନ୍ତି । ଜମ୍ମୁରେ ଥିବା ଜୈସର ଆତଙ୍କୀ ନେଟଓ୍ଵର୍କର ମଧ୍ୟ ଖୁଲାସା କରିପାରିବ ବୋଲି ପୋଲିସ କହିଛି ।

By amfnews

Related Post