Wed. Sep 16th, 2026

କଟକ ଏସ୍‌ସିବିରେ ବିରଳ ଅସ୍ତ୍ରୋପଚାର

213 Views

କଟକ : କଟକ ବଡ଼ ଡାକ୍ତରଖାନାରେ ଏକ ବିରଳ ଅସ୍ତ୍ରୋପଚାର ହୋଇଛି। ଦେବଗଡ଼ ଜିଲ୍ଲା ଛତାବର ଅଞ୍ଚଳର ସୁରେନ୍ଦ୍ର କୁମାର ପ୍ରଧାନଙ୍କ ଝିଅ ସ୍ମୃତିରେଖାଙ୍କ ହାତରେ ଏହି ଅପରେସନ କରାଯାଇଛି। ସ୍ମୃତିରେଖାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠି ଭଲ ଭାବେ ବିକଶିତ ହୋଇ ନଥିବାରୁ ତାହା ଠିକ୍ ଭାବେ କାମ କରୁ ନଥିଲା। ତେଣୁ ବିଶି ଆଙ୍ଗୁଠିର କିଛି ଅଂଶ କଟା ଯାଇ ତାକୁ ବୁଢ଼ା ଆଙ୍ଗୁଠି ସ୍ଥାନରେ ଲଗାଯାଇଛି। ଏହି ଅପରେସନ ମାଇକ୍ରୋସର୍ଗିଲ ପଦ୍ଧତି ଜରିଆରେ କରାଯାଇଛି। ପ୍ରାୟ ଏକ ସପ୍ତାହ ତଳେ ଏହି ଅପରେସନ କରାଯାଇଥିଲା।

ସ୍ମୃତିରେଖା ଏବେ ସୁସ୍ଥ ଅଛନ୍ତି। ଏଥିସହ ତାଙ୍କ ବୁଢ଼ା ଆଙ୍ଗୁଠି ଠିକ୍ ଭାବେ କାମ କରୁଛି।  ତେବେ ଅପରେଟିଂ ମାଇକ୍ରୋସ୍କୋପ୍ ନଥିବାରୁ ଏସ୍‌ସିବିରେ ଆଗରୁ ଏପରି ଅପରେସନ ହୋଇ ପାରୁ ନଥିଲା।  ୪ ମାସ ତଳେ ଏହି ଅତ୍ୟାଧୁନିକ ମାଇକ୍ରୋସ୍କୋପ ଆସିବା ପରେ ଏପରି ଜଟିଳ ଓ ବିରଳ ଅପରେସନ ହୋଇପାରିଛି। ଡାକ୍ତର ବିଭୂତି ନାୟକଙ୍କ ନେତୃତ୍ୱରେ ଗଠିତ ଟିମ୍‌ରେ ଡାକ୍ତର ଆଶିଷ ପଟ୍ଟନାୟକ, ଡାକ୍ତର ମହେଶ ମଣ୍ଡଳ, ଡାକ୍ତର ଚନ୍ଦନ, ଡାକ୍ତର ରୋଜାଲିନ, ଡାକ୍ତର ସଂଜୀବ ଓ ଡାକ୍ତର କମଳ ମଧ୍ୟ ଥିଲେ।

By amfnews

Related Post