Sat. Jun 13th, 2026

କଟକରେ “ନେତାଜୀ ବସ୍ ଟର୍ମିନାଲ”ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

261 Views

କଟକ , ଜାନୁଆରୀ 23 : ଆଜି କଟକ ଖାନନଗରରେ ନେତାଜୀଙ୍କ ନାଁରେ ୧୧୦୦୦ ବର୍ଗ ମିଟର ଅଞ୍ଚଳରେ ହେବାକୁ ଥିବା ବସ୍ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିଳାନ୍ୟାସ ସହ ନେତାଜୀଙ୍କ ବଳିଦାନକୁ ସେ ମନେ ପକାଇ ଜାନକୀନାଥ ଭବନରେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ରାଜ୍ୟ ସରକାର ଏହି ଟର୍ମିନାଲ ପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ କରିବା ସହ ଏଠାରେ ୧୮୦ଟି ବସ୍‌, ୨୭୫ଟି କାର ପାର୍କି ପାଇଁ ବ୍ୟବସ୍ଥା କରାଯିବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟ କରାଯାଇଛି । ତେବେ ଏହି କାର୍ଯ୍ୟ ୧୮ ମାସ ମଧ୍ୟରେ ସରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଟର୍ମିନାଲରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧାର ବନ୍ଦୋବସ୍ତ କରାଯିବ ।

By amfnews

Related Post