Sat. Aug 15th, 2026

କଟକରୁ ପୁଣି ଠାବ ହେଲା ନକଲି ଘିଅ କାରଖାନା

258 Views

କଟକ, ନଭେମ୍ବର ୨୬ : କଟକରେ ପୁଣି ଠାବ କରାଯାଇଛି ନକଲି ଘିଅ କାରଖାନା । କଟକ ସଦର ଥାନା ଅଞ୍ଚଳର ଗବଗସ୍ତରେ ନକଲି ଘିଅ କାରଖାନା ଠାବ କରିଛି ପୁଲିସ। କାରଖାନାରେ ନକଲି ଘିଅ କାରଖାନା ଠାବ କରାଯିବା ପରେ କାରଖାନାକୁ ସିଲ କରାଯାଇଛି। ମାଲଗୋଦାମରୁ ନକଲି ଘିଅ ଜବତ ହେବା ପରେ ତଦନ୍ତ ଚଳାଇଥିଲା ପୁଲିସ, ଯାହା ପରେ ଗବଗସ୍ତରେ ନକଲି ଘିଅ କାରଖାନା ଚାଲୁଥିବା ଜଣା ପଡ଼ିଥିଲା।

କିଛି ଦିନ ତଳେ ଚୌଦ୍ୱାରର ଏକ ନକଲି ଘିଅ ଓ ସସ୍ କାରଖାନା ଉପରେ ପୁଲିସ ଚଢାଉ କରିଥିଲା । ସେଠାରୁ ବିପୁଳ ପରିମାଣର ନାମୀଦାମୀ ବ୍ରାଣ୍ଡର ଘିଅ ଓ ସସ୍ ପୁଲିସ ଜବତ କରିଥିଲା ।

By amfnews

Related Post