Wed. Jul 22nd, 2026

କଙ୍ଗନା ରଣାଓ୍ଵତ୍‌ଙ୍କୁ ‘ବିଏମ୍‌ସି’ ଦେଇଥିବା ନୋଟିସ୍‌କୁ ରଦ୍ଦ କଲେ ବମ୍ବେ ହାଇକୋର୍ଟ

282 Views

ମୁମ୍ବାଇ: ସେପ୍ଟେମ୍ବର ୭ ଏବଂ ୯ ତାରିଖ ଦିନ ‘ବୃହନମୁମ୍ବାଇ ମହାନଗର ନିଗମ’ ବା ‘ବିଏମ୍‌ସି’ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ୍‌ଙ୍କୁ ପଠାଇ ଥିବା ଅଫିସ୍‌ ଭଙ୍ଗା ନୋଟିସ୍‌କୁ ଶୁକ୍ରବାର ଦିନ ବମ୍ବେ ହାଇକୋର୍ଟ ଖାରଜ କରିଛନ୍ତି। ପ୍ରକାରାନ୍ତରେ ଏହା ରଣାଓ୍ଵତଙ୍କ ନିମନ୍ତେ ବିଜୟ ସାବ୍ୟସ୍ତ ହୋଇଛି।

ହାଇକୋର୍ଟ କହିଛନ୍ତି, ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କ ଅଫିସ୍‌ ଭାଙ୍ଗିବା ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି ଭଙ୍ଗାଭଙ୍ଗି କାରଣରୁ ନଷ୍ଟ ହୋଇଥିବା ସମ୍ପତ୍ତିର ମୂଲ୍ୟାୟନ କରିବାକୁ ଜଣେ ମୂଲ୍ୟ ନିର୍ଦ୍ଧାରକ ନିଯୁକ୍ତ କରିବାକୁ ମଧ୍ୟ ଅଦାଲତ ଆଦେଶ ଦେଇଛନ୍ତି। ଏହାଛଡ଼ା, କୌଣସି ମନ୍ତବ୍ୟ ଦେବା ବେଳେ ସଂଯମ ଅବଲମ୍ବନ କରିବା ପାଇଁ ଅଦାଲତ କଙ୍ଗନାଙ୍କୁ ନିର୍ଦେଶ ଦେଇଛନ୍ତି।

Image Courtesy of NDTV

ବିନା ଅନୁମୋଦନରେ ଅଫିସ ମଧ୍ୟରେ ରଣାଓ୍ଵତ୍‌ କେତେକ ନିର୍ମାଣ କାର୍ଯ୍ୟ କରିଛନ୍ତି ବୋଲି ‘ବିଏମ୍‌ସି’ ଅଭିଯୋଗ କରିବା ସହ ତାହାକୁ ଭାଙ୍ଗି ଦିଆଯାଇଥିବା କଥା କହିଥିଲା। ହାଇକୋର୍ଟ କହିଥିଲେ ଯେ, ଅଫିସରେ କୌଣସି ଅଣଅନୁମୋଦିତ ନିର୍ମାଣ ହୋଇ ନ ଥିବା ପୂର୍ବାପର ଫଟୋଚିତ୍ର ମିଳାଇ ଦେଖାଇ ଯାଇଛି।

ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିବା ମତାମତର ପ୍ରତିକ୍ରିୟା ସ୍ୱରୂପ ତାଙ୍କ କାର୍ଯ୍ୟାଳୟକୁ ଆଂଶିକ ଭାଙ୍ଗି ଦିଆଯାଇଛି ବୋଲି କଙ୍ଗନା କରିଥିବା ଅଭିଯୋଗ ଉପରେ ମଧ୍ୟ ଅଦାଲତ ମନ୍ତବ୍ୟ ଦେଇଥିଲେ।

By amfnews

Related Post