Sat. Apr 25th, 2026
218 Views

ବରଗଡ଼  : ମଥୁରା ନଗରୀରେ ଧର୍ମର ବିଜୟ ହୋଇଛି। ମହାରାଜା କଂସଙ୍କୁ ବଧ କରିଛନ୍ତି କୃଷ୍ଣ ଓ ବଳରାମ। ଏଥିସହ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା।

୧୧ ଦିନ ଧରି ଚାଲିଥିବା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ତିମ ଦିନରେ ଗତକାଲି ମଞ୍ଚସ୍ଥ ହୋଇଥିଲା କଂସବଧ। ଅନ୍ୟ ଦିନ ଭଳି ମଥୁରା ନଗରୀ ଭ୍ରମଣ କରି ମହାରାଜା କଂସ ରାଜ ଦରବାରକୁ ଆସିଥିଲେ। କକ୍ଷରେ ସ୍ୱପ୍ନରେ ଛାୟାକୃଷ୍ଣଙ୍କୁ ଦେଖିବା ପରେ ସେ ପୂର୍ବ ଅପେକ୍ଷା ଆହୁରି ଚକିତ ହୋଇପଡ଼ିଥିଲେ।

ଶ୍ରୀକୃଷ୍ଣ ଓ ବଳରାମଙ୍କୁ କିଭଳି ହତ୍ୟା କରାଯିବ, ସେନେଇ ନିଜର ସେନାପତି, ମହାମନ୍ତ୍ରୀ, ଚାଣୁର ଓ ମୁଷ୍ଟିକ ଆଦି ସୈନ୍ୟ ସାମନ୍ତଙ୍କୁ ଡାକି ରଣକୌଶଳ ପ୍ରସ୍ତୁତ କରିଥିଲେ। ତେବେ ରାଣୀ ପଦ୍ମାବତୀଙ୍କ ବାରଣ ସତ୍ତ୍ୱେ ମହାରାଜ କଂସ ନିଜର ପରାକ୍ରମ ଦେଖାଇବାକୁ ରଣାଙ୍ଗନକୁ ଓହ୍ଲାଇଥିଲେ। କିନ୍ତୁ ଶ୍ରୀକୃଷ୍ଣଙ୍କ ସ୍ପର୍ଶ ଏବଂ ବଳରାମଙ୍କ ହଳ ମୁଦଗରର ପ୍ରହାରରେ ମଞ୍ଚରୁ ପଡ଼ି କଂସଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ରାଜା ଉଗ୍ରସେନଙ୍କ ରାଜାଭିଷେକ କରାଯାଇଥିଲା। ଧନୁଯାତ୍ରାର ଶେଷ ଦିନରେ ଗତକାଲି ମଥୁରା ନଗରୀ ପରିକ୍ରମା କରିଥିଲେ ଶ୍ରୀକୃଷ୍ଣ ଏବଂ ବଳରାମ।

By amfnews

Related Post