Fri. Jul 24th, 2026

କଂଗ୍ରେସ ବିଧାୟକଙ୍କ ଉପରେ ଅସନ୍ତୁଷ୍ଟ ହୋଇ ପଦ ଛାଡ଼ିବାର ଧମକ ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ

362 Views

ବେଙ୍ଗାଲୁର: ରାଜ୍ୟରେ ଦୁର୍ବଳ ସରକାର ଗଠନ ହୋଇଛି ବୋଲି କଂଗ୍ରେସର କିଛି ବିଧାୟକ ଅଭିଯୋଗ ଆଣିବା ପରେ  କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ପଦରୁ ଇସ୍ତଫା ଦେବାର ଧମକ ଦେଇଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍‌ ମିଳିତ ଭାବେ ସରକାର ଗଠନ କରି ଜେଡିଏସ୍‌ର କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି।

ରବିବାର ଏକ ସାର୍ବଜନୀନ ଉତ୍ସବରେ କିଛି କଂଗ୍ରେସ ବିଧାୟକ କଂଗ୍ରେସ ଦଳର ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ପ୍ରଶଂସା କରିବା ସହ ଜେଡିଏସ୍‌ ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀଙ୍କ ଦ୍ୱାରା କିଛି ହେବ ନାହିଁ ବୋଲି ଅଭିଯୋଗ ଆଣିଥିଲେ।

ଏପରି ସାର୍ବଜନୀନ ବୟାନରେ କୁମାରସ୍ୱାମୀ ଉତ୍ତେଜିତ ହେବା ସହ ଧମକ ଦେଇ କହିଛନ୍ତି ଯେ ତାଙ୍କ ପ୍ରତି ବିଧାୟକମାନଙ୍କର ଏପରି ଆଚରଣ ଯଦି ଜାରି ରହିଲା ତେବେ ସେ ପଦରୁ ଇସ୍ତଫା ଦେଇ ଦେବେ।କୁମାରସ୍ୱାମୀଙ୍କ ଏପରି ମନ୍ତବ୍ୟରେ ପ୍ରତିକ୍ରିୟା ରଖି ସିଦ୍ଧରମୟା କହିଛନ୍ତି କି ମୁଖ୍ୟମନ୍ତ୍ରୀ ଆସନ ହାତେଇବାରେ ତାଙ୍କର କୌଣସି ଆଗ୍ରହ ନାହିଁ।

ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ‘ବିଧାୟକ ଦଳର ନେତା ହିସାବରେ କଂଗ୍ରେସ ଦଳର ବିଧାୟକମାନଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ମୋତେ କୁହାଯାଇଛି ଓ ମୁଁ ଏପରି କରିବି।’

By amfnews

Related Post