Sun. Jul 5th, 2026

କ˚ଗ୍ରେସ ଛାଡିବେ ସୂରିଆ ରାଓ

210 Views

ପାରଳାଖେମୁଣ୍ତି : କ˚ଗ୍ରେସ ଛାଡ଼ିବେ ପୂର୍ବତନ ପାରଳାଖେମୁଣ୍ଡି ବିଧାୟକ କେ.ସୂରିଆ ରାଓ। ଆଜି ପାରଳାଖେମୁଣ୍ତି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ତପ ଠାରେ ନିଜ ସମର୍ଥକମାନଙ୍କୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହା ପ୍ରକାଶ କରିଛନ୍ତି।

୨୦୧୪ ନିର୍ବାଚନରେ ୬୧ ହଜାର ଭୋଟ ପାଇ ପାରଳା ଆସନରୁ ବିଜୟ ଲାଭ କରିଥିବା କେ.ସୂରିଆ ରାଓ କ˚ଗ୍ରେସ ପ୍ରାର୍ଥୀ ଭାବେ ଚଳିତ ନିର୍ବାଚନରେ ମାତ୍ର ୨୩ ହଜାର ଭୋଟ ପାଇବାରେ ସମର୍ଥ ହୋଇଥିଲେ । କେବଳ ସେତିକି ନୁହେଁ ବିଜେପି, ସ୍ବାଧୀନ, ବିଜେଡି ପରେ କେ.ସୂରିଆ ରାଓ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଗୁମ୍ମା ବ୍ଲକକୁ ଛାଡିଦେଲେ ଅନ୍ୟ ସବୁ ବୁଥ ଗୁଡିକରେ କ˚ଗ୍ରେସ ପ୍ରାର୍ଥୀ ଭାବେ ସେ ସର୍ବନିମ୍ନ ଭୋଟ ପାଇଥିଲେ। ଏଣୁ, ଫଳାଫଳ ଘୋଷଣାର ୩ ସପ୍ତାହ ନ ପୁରୁଣୁ କ˚ଗ୍ରେସ ଦଳ ଦୁର୍ବଳ ବୋଲି ମନ୍ତବ୍ୟ ପ୍ରକାଶ କରି ସେ ଦଳ ଛାଡିବେ ବୋଲି ସୂଚନା ଦେଇଛନ୍ତି।

କେଉଁ ଦଳରେ ଯୋଗ ଦେବେ ବୋଲି ପ୍ରଶ୍ନର ଉତ୍ତରରେ ସୂରିଆ ରାଓ ସ୍ପଷ୍ଟ କରିଛନ୍ତି ଯେ ସେ ଭାଜପାକୁ ଯିବେ ନାହିଁ । ଏଣୁ, ଏଭଳି ସ୍ଥିତିରେ ତାଙ୍କର ଏକମାତ୍ର ବିକଳ୍ପ ବିଜୁ ଜନତା ଦଳରେ ଯୋଗ ଦେବା । ତେବେ, ଆସନ୍ତା ୧୭ ତାରିଖ ପରେ ଏହା ସ୍ପଷ୍ଟ ହୋଇଯିବ ବୋଲି ସେ କହିଥିଲେ। ଏ ନେଇ ଦଳର ସମସ୍ତ ନେତା ତାଙ୍କ ସହ କ˚ଗ୍ରେସ ଦଳ ଛାଡିବେ କି ବୋଲି ପ୍ରଶ୍ନ ଉଠିବା ସହ ସହରରେ ଏକ ରାଜନୈତିକ ଆଲୋଡନ ସୃଷ୍ଟି ହୋଇଛି ।

By amfnews

Related Post