Sun. Sep 6th, 2026

ଓଡ଼ିଶା ସରକାରଙ୍କ ଘୋଷଣା: ଭାରତ ବନ୍ଦ ଯୋଗୁଁ ସୋମବାର ଛୁଟି ରହିବ ସମସ୍ତ ସ୍କୁଲ

402 Views

ଭୁବନେଶ୍ୱର: କଂଗ୍ରେସର ଭାରତ ବନ୍ଦ ଡାକରା ଯୋଗୁଁ ସେପ୍ଟେମ୍ବର ୧୦ (ସୋମବାର) ଓଡ଼ିଶାର ସମସ୍ତ ସ୍କୁଲ ଛୁଟି ରହିବ। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶନିବାର ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଗାମୀ ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି। କଂଗ୍ରେସ ଗୁରୁବାର କହିଛି କ୍ରମାଗତ ଭାବରେ ପେଟ୍ରୋଲ ଦର ବୃଦ୍ଧି ହେଉଥିବାରୁ ସାଧାରଣ ଜନତା ଅତିରିକ୍ତ ଖର୍ଚ୍ଚାନ୍ତ ହେଉଛନ୍ତି। କ୍ରମାଗତ ଭାବରେ ପେଟ୍ରୋଲ ଦର ବଢୁଥିବାରୁ ସାଧାରଣ ଜନତାଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିଛି।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା କହିଛନ୍ତି, ମୋଦି ସରକାରକୁ ଜାଗ୍ରତ କରିବା ପାଇଁ ଓ ଦେଶର ଲୋକଙ୍କ ମନରେ ଆକ୍ରୋଶ ଭାବନା ସୃଷ୍ଟି କରିବାକୁ ପାର୍ଟି ପକ୍ଷରୁ ସେପ୍ଟେମ୍ବର ୧୦ରେ ଭାରତ ବନ୍ଦ ଆହ୍ଵାନ ଦିଆଯାଉଛି। ଏହି ଭାରତ ବନ୍ଦ ସକାଳ ୯ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଜାରି ରହିବ। ଏହା ଦ୍ୱାରା ଦେଶର କୋଟି କୋଟି ଜନତା ପ୍ରଭାବିତ ହେବେ।

By amfnews

Related Post