Thu. Jul 2nd, 2026

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଜର୍ମାନୀ ୧-୦ ଗୋଲରେ ପାକିସ୍ତାନ ବିପକ୍ଷରେ ବିଜୟୀ

440 Views

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ‘ପୁଲ-ଡି’ର ଦ୍ୱିତୀୟ ମ୍ୟାଚରେ ଶନିବାର ପାକିସ୍ତାନକୁ ଜର୍ମାନୀ ୧-୦ ଗୋଲରେ ପରାସ୍ତ କରିଛି। ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ୮ମ ମ୍ୟାଚ୍‌ରେ ଉଭୟ ପାକିସ୍ତାନ ଏବଂ ଜର୍ମାନୀର ଖେଳାଳିମାନେ ଲଢୁଆ ପ୍ରଦର୍ଶନ କରିଛନ୍ତି। ଫଳରେ ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିଲା। ସେହିଭଳି ଦ୍ୱିତୀୟ କ୍ୱାର୍ଟରେ ମଧ୍ୟ କୌଣସି ଗୋଲ ହୋଇ ନଥିଲା। ତୃତୀୟ କ୍ୱାର୍ଟରରେ ଜର୍ମାନୀ ଗୋଟିଏ ଗୋଲ ଦେଇଥିଲା। କଳିଙ୍ଗ ହକି ଗ୍ରାଉଣ୍ଡରେ ଦର୍ଶକମାନେ ଏହି ମ୍ୟାଚ ଦେଖିବା ପାଇଁ ବେଶ୍‌ ଉତ୍ସାହିତ ଥିଲେ।

ଆଜିର ପ୍ରଥମ ମ୍ୟାଚରେ ନେଦରଲାଣ୍ଡ ଏକତରଫା ବିଜୟୀ ହୋଇଥିଲା। ପୂର୍ବରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ନେଦରଲାଣ୍ଡ ୭-୦ ଗୋଲରେ ମାଲେସିଆକୁ ପରାସ୍ତ କରିଥିଲା। ଏଥି ବିଜୟ ସହିତ ଚଳିତ ହକି ବିଶ୍ୱକପରେ ନେଦରଲାଣ୍ଡ ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ ଦେବା ରେକର୍ଡ କରିଛି। ପୂର୍ବରୁ ଭାରତ ୫-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା।

By amfnews

Related Post