Thu. Oct 15th, 2026

ଓଡ଼ିଶା ଦେଶର ଖଣି ରାଜଧାନୀ: କେନ୍ଦ୍ର

424 Views

ଭୁବନେଶ୍ୱର : ଓଡ଼ିଶା ଦେଶର ଖଣି ରାଜଧାନୀ। ଖଣିଜ ଉତ୍ତୋଳନ, ପରିବହନ ଆଦି କ୍ଷେତ୍ରରେ ଦେଶର ଅନ୍ୟତମ ବୃହତ୍‌ ରାଜ୍ୟ। ଚଳିତ ବର୍ଷ ରାଜ୍ୟର ଲୁହାପଥର ସହିତ ଅନ୍ୟାନ୍ୟ ୧୭ରୁ ୧୮ଟି ବିଭିନ୍ନ ଖଣି ନିଲାମ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଖଣି ସଚିବ ଅନିଲ ମୁକିମ୍‌। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ ଉପରୋକ୍ତ ସୂଚନା ଦେଇଥିଲେ ଶ୍ରୀ ମୁକିମ୍‌।

ସେହିପରି ରାଜ୍ୟରେ ଗଠିତ ଜିଲ୍ଲା ଖଣିଜ ପାଣ୍ଠ(ଡିଏମ୍‌ଏଫ୍‌) ଜରିଆରେ ୫ ହଜାର କୋଟିରୁ ଅଧିକ ରାଜସ୍ୱ ଆଦାୟ ହୋଇଛି। ସେହି ଅର୍ଥ ବିନିଯୋଗ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରାଯାଇଥିବା ଦର୍ଶାଇ ସରକାରଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ। ଚଳିତ ବର୍ଷର ପ୍ରଥମ ତ୍ରୈମାସିକ ଅବଧିରେ ନାଲ୍‌କୋ ୬୦୦ କୋଟିରୁ ଅଧିକ ଲାଭାର୍ଜନ କରିଥିବା ଦର୍ଶାଇ ଏହି ହାର ଅବଶିଷ୍ଟ ତ୍ରୈମାସିକ କାଳରେ ବଜାୟ ରହିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ କେନ୍ଦ୍ରୀୟ ଖଣି ସଚିବ ଶ୍ରୀ ମୁକିମ୍‌ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ରାଜକୁମାର ଶର୍ମା, ନାଲ୍‌କୋ ସିଏମ୍‌ଡି ଡ. ତପନ କୁମାର ଚାନ୍ଦ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ଖଣି ନିଲାମ, ପରିବେଶ ଓ ଜଙ୍ଗଲ ମଞ୍ଜୁରି ଆଦି ପ୍ରସଙ୍ଗରେ ସମୀକ୍ଷା କରିଥିଲେ।

 

By amfnews

Related Post