Fri. Jul 3rd, 2026

ଓଡ଼ିଶାର ୨୬ ଜଣ ପାଇଲେ ପୁଲିସ ସାହସିକ ମେଡାଲ, ଦେଖନ୍ତୁ ସଂପୂର୍ଣ୍ଣ ତାଲିକା

297 Views

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ପୁଲିସ ପଦକ ଘୋଷଣା କରାଯାଇଛି । ସାରାଦେଶରେ ମୋଟ ୮୫୫ ଜଣ ଏହି ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୩ ଜଣ ସିଆରପିଏଫ କର୍ମଚାରୀଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ପୁଲିସ ମେଡାଲ ପ୍ରଦାନ କରାଯିବ । ସାହାସିକତା ପାଇଁ ପୁଲିସ ପଦକ ୧୪୬ ଜଣ ପାଇବେ ।

ସେମାନଙ୍କ ମଧ୍ୟରୁ ୨୬ ଜଣ ଓଡ଼ିଶାର ବୋଲି ସରକାରୀ ସୁତ୍ରରୁ ଜଣାପଡିଛି । ସେମାନେହେଲେ ସବଇନ୍ସେପେକ୍ଟର ବିଦ୍ୟାଧର ସେଠୀ, କମାଣ୍ଡୋ ବିଶାଲ ବୋମଜାନ, ହାବିଳଦାର ଧ୍ରୁବ ବାହାଦୂର ବାସନେଟ,କମାଣ୍ଡୋ ରାଜେନ୍ଦ୍ର ମଲ୍ଲ, କମାଣ୍ଡୋ ଦୀପକ ସିଂ କୁଅଁର, ହାବିଳଦାର ରାଜେଶ ବିଶ୍ୱକର୍ମା, ଏଏସଆଇ ସୁନୀଲ କୁମାର ନନ୍ଦ, ହାବିଳଦାର କମଳେନ୍ଦୁ ଷଡଙ୍ଗୀ, ସିଟି ମଦନ କିିଷନ, ଅଥନାସିୟସ ଜୋଜୋ, ସିଟି ମୁକେଶ କୁମାର ବ୍ରହ୍ମା, ଏସପି ପ୍ରତୀକ ସିଂ (ଆଇପିଏସ), ସବଇନ୍ସପେକ୍ଟର ରବୀନ୍ଦ୍ର ଶବର, ସବଇନ୍ସପେକ୍ଟର ଅଶୋକ ରଥ, ହାବିଳଦାର ଆଲୋକ ସେଠୀ, କମାଣ୍ଡୋ ଧନଞ୍ଜୟ ବରାଦ, କମାଣ୍ଡୋ କୃଷ୍ଣଚନ୍ଦ୍ର ପିଙ୍ଗ,କମାଣ୍ଡୋ ସନ୍ତୋଷ କୁମାର ଧନ, ଓଏପିଏଫ ଜଗନ୍ନାଥ କହଁର, ସିଟି ମଧୁସୁଦନ ମଲ୍ଲିକ, ଏଏସପି ନିରଂଜନ ସାହୁ, ହାବିଳଦାର କେଶବ ସୀସା, ହାବିଳଦାର ଜିତେନ୍ଦ୍ର ଦାସ, ସିଟି ସିନାୟା ଶେଖର ବେପାରୀ, ସିଟି ଉଦ୍ଧବ ଛଲାନ, ସିଟି କାହ୍ନୁଚରଣ ମାଝୀ ।

By amfnews

Related Post