Fri. Aug 14th, 2026

ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌; ରାସ୍ତାରେ ବିଛେଇ ହୋଇପଡ଼ିଲେ ମାଛ

173 Views

ରାଉରକେଲା : ଭାରତ ବନ୍ଦ ବେଳେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ରାଉରକେଲା ବିଶ୍ରା ଛକରେ ରାସ୍ତା ଅବରୋଧ କରାଯାଇଥିବା ବେଳେ ସେଠାରେ ଏକ ଦୁର୍ଘଟଣା ଘଟିଥିଲା। ଏକ ମାଛ ବୋଝେଇ ପିକ୍ ଅପ୍ ଭ୍ୟାନ୍ ସେଠାରେ ଓଲଟି ପଡ଼ିଥିଲା। ଏଥିରେ ଜିଅନ୍ତା ମାଛ ବୋଝେଇ ହୋଇଥିଲେ। ପିକ୍ ଅପ୍ ଭ୍ୟାନ୍‌ଟି ଓଲଟି ପଡ଼ିବା ପରେ ମାଛ ଗୁଡ଼ିକ ରାସ୍ତାରେ ବିଛେଇ ହୋଇ ପଡ଼ିଥିଲେ ଓ ଛଟପଟ ହୋଇଥିଲେ।

ମାଛ ଗୁଡ଼ିକ ବିଛେଇ ହୋଇ ପଡ଼ିବା ପରେ ରାସ୍ତାରେ ଯା’ଆସ କରୁଥିବା ଲୋକେ ସେଗୁଡ଼ିକୁ ନେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ସେଠାରେ ଆନ୍ଦୋଳନ କରୁଥିବା ଲୋକେ ଓ ପୁଲିସ୍ ସେମାନଙ୍କୁ ଏଥିରୁ ନିବୃତ୍ତ କରିଥିଲେ।

ଗାଡ଼ିର ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଓଲଟି ପଡ଼ିଥିବା ପିକ୍‌ଅପ୍‌ ଭ୍ୟାନ୍‌ଟି କ୍ରେନ ସାହାଯ୍ୟରେ ଉଠାଯାଇଛି।

By amfnews

Related Post