Fri. Jul 3rd, 2026

ଓମାର୍‌ ଅବଦୁଲ୍ଲା ଖେଳୁଛନ୍ତି ଭିଡିଓ ଗେମ୍‌, ପ୍ରାର୍ଥନା କରୁଛନ୍ତି ଓ ବହି ପଢୁଛନ୍ତି ମେହବୁବା ମୁଫ୍‌ତି

216 Views

ଶ୍ରୀନଗର  : ୧୨ ଦିନ ହେବ ପୃଥକ୍‌ ସ୍ଥାନରେ ଅଟକ ଥିବା ଜମ୍ମୁ ଓ କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର୍‌ ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତି ଯଥାକ୍ରମେ ଭିଡିଓ ଗେମ୍‌ ଖେଳୁଛନ୍ତି ଏବଂ ବହି ପଢ଼ାପଢ଼ି କରୁଛନ୍ତି।

ଓମାର୍‌ଙ୍କୁ ତାଙ୍କ ଗୁପକର ବାସଭବନରୁ ହରିନିବାସକୁ ନିଆଯିବା ପରେ ସମୟ କାଟିବାକୁ ସେ ଭିଡିଓ ଗେମ୍‌ ଖେଳିବାକୁ ଚାହିଁଥିଲେ। ଅଧିକାଂଶ ଭିଡିଓ ଗେମ୍‌ ପାଇଁ ଇଣ୍ଟର୍‌ନେଟ୍‌ ଆବଶ୍ୟକ ଥିବାରୁ ତାଙ୍କ ଅନୁରୋଧକୁ ପ୍ରଥମେ କର୍ତ୍ତୃପକ୍ଷମାନେ ଅଗ୍ରାହ୍ୟ କରିଥିଲେ। କିନ୍ତୁ, ଓମାର୍‌ କହିଲେ କି, ଇଣ୍ଟର୍‌ନେଟ୍‌ ଆବଶ୍ୟକ କରୁ ନ ଥିବା ଭିଡିଓ ଗେମ୍‌ର ପୁରୁଣା ସଂସ୍କରଣ ଖେଳିବେ।

ସେପଟେ ମେହବୁବା ମୁଫ୍‌ତି ଜେକେଟିଡିସି ମାଲିକାନାରେ ଚାସ୍‌ମେ ଶାହିରେ ଥିବା କୁଟୀରରେ ବହି ପଢ଼ି ସମୟ କାଟୁଛନ୍ତି। ଦୁହିଁଙ୍କୁ ପ୍ରଥମେ ହରି ନିବାସ ପ୍ରାସାଦରେ ରଖାଯାଇଥିଲା, କିନ୍ତୁ ବିବାଦ କରିବା କାରଣରୁ ସେମାନଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ନିଆଯାଇଥିଲା।

ନିକଟରେ ପାଖ ହୋଟେଲ୍‌କୁ ଯାଇ ସାମ୍ବାଦିକମାନଙ୍କ ସହ କଥାବର୍ତ୍ତା କରିବା ପରେ ଓମାର ଅବ୍‌ଦୁଲ୍ଲାଙ୍କ ବାପା ଫାରୁକ୍‌ ଅବଦୁଲ୍ଲାଙ୍କୁ ମଧ୍ୟ ତାଙ୍କ ଘରୁ ବାହାରକୁ ଛଡ଼ାଯାଉ ନାହିଁ। ମେହବୁବା ମୁଫ୍‌ତିଙ୍କ ଝିଅ ଇଲ୍‌ତିଜାଙ୍କୁ ମଧ୍ୟ ଘରୁ ବାହାରକୁ ଛଡ଼ାଯାଉ ନାହିଁ।

By amfnews

Related Post