Mon. Oct 5th, 2026

ଓବେସି କହିଲେ ଶିବସେନା କି ବିଜେପି ନୁହେଁ, ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଶୁଣାଇବେ ରାୟ

310 Views

ନୂଆଦିଲ୍ଲୀ : ଅକ୍ଟୋବର ୧୮ ତାରିଖ ସୁଦ୍ଧା ଅଯୋଧ୍ୟା ଜମି ବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି ଶେଷ କରିବା ପାଇଁ ସବୁ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏଆଇଏମଆଇଏମ ସଭାପତି ତଥା ସାଂସଦ ଆସଦୁଦ୍ଦିନ ଓବେସି। ସମସ୍ତ ପକ୍ଷଙ୍କୁ ପକ୍ଷ ରଖିବା ପାଇଁ ଭରପୁର ସୁଯୋଗ ରହିବା ଦରକାର ବୋଲି ସେ କହିଛନ୍ତି।

ଏହି ମାମଲାର ନିୟମିତ ଶୁଣାଣି ସହିତ ମଧ୍ୟସ୍ଥତା ପ୍ୟାନେଲ ଚାଲିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶର ଚିଠି ଆଗୁଆ ଲିକ୍ ହୋଇଛି ବୋଲି ଓବେସି କହିଛନ୍ତି। ବିଜେପି କିମ୍ୱା ଶିବସେନା କେମିତି ଜାଣିଲେ ତାଙ୍କ ପକ୍ଷରେ ରାୟ ଆସିବ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଏବେ ଶୁଣାଣି ଚାଲିଛି ବିଜେପି ଓ ଶିବସେନା ନୁହେଁ ବରଂ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରିବେ ବୋଲି ସେ କହିଛନ୍ତି।

ଓବେସି କହିଛନ୍ତି ସମସ୍ତ ଦଳଙ୍କୁ ପକ୍ଷ ରଖିବାର ଅଧିକାର ରହିଛି। ସେ ମଧ୍ୟ ତାଙ୍କ ଦଳ ପକ୍ଷରୁ ରଖିବେ। ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଶିବସେନା ପାଖରେ କୌଣସି ପ୍ରସଙ୍ଗ ନାହିଁ ତେଣୁ ଏହି ବିବାଦୀୟ ପ୍ରସଙ୍ଗକୁ ଉଠାଇ ଫାଇଦା ନେବାକୁ ଶିବସେନା ଚାହୁଁଛି ବୋଲି ଓବେସି କହିଛନ୍ତି।

By amfnews

Related Post