Fri. Sep 4th, 2026
347 Views

ଭୁବନେଶ୍ୱର : ଓଡ଼ିଶା ଫେରିବ ବିଜୁ ବାବୁଙ୍କ ବୀରତ୍ୱର ସାଥୀ ‘ଡାକୋଟା ବିମାନ’। ଏନେଇ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ଭୁବନେଶ୍ୱର ବିମାନ ବନ୍ଦର ପରିସରରେ ରଖାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏବେ କୋଲକାତାରେ ଥିବା ଏହି ବିମାନକୁ ରାଜ୍ୟକୁ ହସ୍ତାନ୍ତର ଲାଗି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟଙ୍କୁ ମଧ୍ୟ ଚିଠି ଲେଖାଯାଇଛି। ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କୁ ଡଚଙ୍କ କବଳରୁ ଏହି ଡାକୋଟା ବିମାନ ସାହାଯ୍ୟରେ ଉଦ୍ଧାର କରିଥିଲେ ବିଜୁ ବାବୁ।

By amfnews

Related Post