Wed. Aug 12th, 2026

ଏହି ସବୁ ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ

284 Views

ଭୁବନେଶ୍ୱର  : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା,କେନ୍ଦୁଝର,ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିସହିତ ଢେଙ୍କାନାଳ,ମୟୂରଭଞ୍ଜ, ଦେବଗଡ଼,ସୋନପୁର, ବଲାଙ୍ଗିର,କୋରାପୁଟ ନବରଙ୍ଗପୁର ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗରେ କାର୍ଯ୍ୟରତ ବିଶେଷଜ୍ଞ ସୂଚନା ଦେଇଛନ୍ତି ।

ସେ କହିଛନ୍ତି,“ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାସହ ରାଜସ୍ଥାନରୁ ଏକ ଟ୍ରଫ୍‌ ଲାଇନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ରାଜ୍ୟର ଆହୁରି ତିନି, ଚାରି ଦିନ ବର୍ଷା ଲାଗି ରହିବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।”

ସେ ଆହୁରି କହିଛନ୍ତି,“ ଗତ ୨୪ ଘଣ୍ଟା ମଧ୍ୟରେ କୋଟପାଡରେ ୧୩୫ ମି.ମି ବର୍ଷା ରେକର୍ଡ କରାଯାଇଛି। ସେହିପରି ପାପଡହାଣ୍ଡିଠାରେ ୧୧୮ ମି.ମି, ରେଙ୍ଗାଲିରେ ୭୦ ମି.ମି ବର୍ଷା ହୋଇଥିବା ବେଳେ ଜୟପୁର ଓ କୋରାପୁଟରେ ୯୦ ମିଲିମିଟର ବର୍ଷା ହୋଇଛି।”

By amfnews

Related Post