Fri. Jul 3rd, 2026

ଏହି ସଂଗ୍ରହାଳୟରେ ରହିଛି ନୋଟ ବିଡ଼ାରେ ପ୍ରସ୍ତୁତ ବୁଲେଟ ପ୍ରୁଫ ସିଂହାସନ

247 Views

ନୂଆଦିଲ୍ଲୀ  : ଋଷିଆର ରାଜଧାନୀ ମସ୍କୋର ଏକ ସଂଗ୍ରହାଳୟରେ ଏକ ବୁଲେଟ ପ୍ରୁଫ ଗ୍ଳାସର ସିଂହାସନ ରଖାଯାଇଥିବାର ଜଣାଯାଇଛି। ଖାଲି ସେତିକି ନୁହେଁ ଏହା ଭିତରେ ୭ କୋଟି ଟଙ୍କା ବି ରଖାଯାଇଛି। ଟଙ୍କାର ନୋଟ ବିଡ଼ାରେ ଏହି ସିଂହାସନଟି ତିଆରି ହୋଇଥିବା ଜଣାଯାଇଛି। ଗତ ମାସ ୨୯ ତାରିଖରେ ଏହି ସିଂହାସନ ଉପରେ ବସିବା ପାଇଁ ଲୋକଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଥିଲା। ଏହାକୁ ସ୍ବୀକାର କରି କେତେକ ପର୍ଯ୍ୟଟକ ତାଉପରେ ବସିଥିବାର ବି ଜଣାଯାଇଛି।
ଋଷିଆର ପପ୍ କଳାକାର ଆଲେକ୍ସି ସର୍ଗିୟୋଙ୍କୋ ଏବଂ ବ୍ୟବସାୟୀ ରାଇଭାଙ୍କୋ ସହଯୋଗରେ ଏହି ସିଂହାସନ ନିର୍ମିତ ହୋଇଥିଲା। ଏହି ସିଂହାସନ ଉପରେ ଲୋକଙ୍କୁ ଡାକି ବସାଇବାର କାରଣ ହେଉଛି ଯେ, ସେମାନେ ଟଙ୍କାର ମହତ୍ତ୍ବକୁ ବୁଝନ୍ତୁ ଏବଂ କିପରି ଅଧିକରୁ ଅଧିକ ଆୟ କରିପାରିବେ ସେଥିପ୍ରତି ଧ୍ୟାନ ହୁଅନ୍ତୁ।

ଆଲେକ୍ସି ୮ବର୍ଷ ବୟସରୁ ବିଭିନ୍ନ ଆର୍ଟ ପ୍ରୋଜେକ୍ଟ ପ୍ରସ୍ତୁତ କରୁଥିଲେ।  ବର୍ତ୍ତମାନ ସମୟରେ ଟଙ୍କାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଆଲେକ୍ସି ଏଭଳି ଏକ ପ୍ରକଳ୍ପ ତିଆରି କରିବାକୁ ଚାହିଁଥିଲେ।

By amfnews

Related Post