Sun. Aug 16th, 2026

ଏହି ଫାଇନାଲିଷ୍ଟ ହେଲେ ଜି ସା ରେ ଗା ମା ପାର ବିଜେତା

346 Views

ମୁମ୍ବାଇ, ଜାନୁଆରୀ୨୮ :ସା ରେ ଗା ମା ପା ହେଉଛି ଏକ ଲୋକପ୍ରିୟ ସିଙ୍ଗିଙ୍ଗ୍‌ ରିଆଲିଟି ସୋ’।ଏହା ଜି ଟିଭିରେ ପ୍ରସାରିତ ହୋଇଥାଏ। ଏହାର ଗ୍ରାଣ୍ଡ୍‌ ଫିନାଲେ ଗତକାଲି ଆୟୋଜିତ ହୋଇଥିଲା। ଏଥିରେ ଟପ୍‌ ଛଅ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଅବଶେଷରେ ଜବଲପୁରର ଇଶିତା ବିଶ୍ୱକର୍ମା ଏଥିରେ ବିଜୟିନୀ ହୋଇଛନ୍ତି। ତାଙ୍କୁ ପୁରସ୍କାର ବାବଦରେ ୫ଲକ୍ଷ ଟଙ୍କା ଓ ଗୋଟିଏ ହୁଣ୍ଡାଇ କାର୍‌ ଦିଆଯାଇଛି। ଏହି ଘୋଷଣା ସହିତ ଏହି ସିଜିନର ସମାପ୍ତି ଘଟିଛି।

ଏଥିରେ ଯେଉଁ ଛଅ ଫାଇନାଲିଷ୍ଟମାନେ ଥିଲେ ସେମାନେ ହେଲେ ଅସଲମ୍‌ ମାଜିଦ୍‌,ଐଶ୍ୱର୍ଯ୍ୟା ପଣ୍ଡିତ,ସାହିଲ ସୋଲାଙ୍କି , ସୋନୁ ଜୟ, ତନ୍ମୟ ଚତୁର୍ବେଦୀ ଓ ଇଶିତା ବିଶ୍ୱକର୍ମ। ଏହି ସୋ’ରେ ଫିଲ୍ମ ମଣିକର୍ଣ୍ଣିକା ଫେମ୍‌ ତାରକା କଙ୍ଗନା ରାନାଓ୍ଵତ୍‌ ଓ ଅଙ୍କିତା ଲୋଖଣ୍ଡେ ଅତିଥି ରୂପେ ଯୋଗ ଦେଇଥିଲେ। ଏଥିରେ ଅଙ୍କିତା ଦମଦାର ପରଫରମାନ୍ସ ଦେଇଥିଲେ। ଗୁଲାମ ନାମରେ ପ୍ରସିଦ୍ଧ ସୋନୁ ଜୟ ସାରେଗାମାପା ମଞ୍ଚରେ ନିଜ ପତ୍ନୀଙ୍କୁ ଦ୍ୱିତୀୟ ଥର ବିବାହ କରିଥିଲେ।

By amfnews

Related Post